ଜିଲ୍ଲା ପରିଷଦ ସଭ୍ୟଙ୍କ ପିତୃ ବିୟୋଗ

ନାଉଗାଁ,: ନାଉଗାଁ ବ୍ଳକ ୨ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରାଙ୍କ ବାପା ବଟକୃଷ୍ଣ ବେହେରା(୮୩)ଙ୍କର ଡାବର ପଂଚାୟତସ୍ଥିତ ବାସଭବନରେ ପରଲୋକ ଘଟିଛି । ସ୍ୱର୍ଗତ ବେହେରା ନାଉଗାଁ ବ୍ଲକରେ ଜଣେ ଜଣାଶୁଣା ରାଜନୈତିକ ବ୍ୟକ୍ତି ଥିଲେ । ତାଙ୍କ ପରଲୋକ ଖବର ଅଂଚଳରେ ପଚାର ହେବା ପରେ ଶୋକର ଛାୟା ଖେଳି ଯାଇଥିଲା । ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲି, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରକାଶ ବସ୍ତିଆ, ବ୍ଲକ ବିଜେଡି ସଭାପତି ସୁଜିତ ମଲ୍ଲିକ, ଯୁବନେତା ପ୍ରଦିପ୍ତ ସ୍ୱାଇଁ ପ୍ରମୁଖ ସ୍ୱର୍ଗତ ବେହେରାଙ୍କ ବାସଭବନରେ ପହଁଚି ଶେଷ ଦର୍ଶନ କରିଥିଲେ । ତାଙ୍କ ବିୟୋଗରେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ,ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ଦାସ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ବେହେରାଙ୍କ ମରଶରୀରକୁ ଗାଁ ଶ୍ମଶାନରେ ଶେଷକୃତ ସମ୍ପନ୍ନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ