ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ୫ ଜଣ ପାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ
ଛତ୍ରପୁର, (ଦେବଦତ୍ତ ମହାରଣା) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ବିଭିନ୍ନ ଦଳର ପାର୍ଥୀ ମାନେ ନିଜ ନିଜ ସମର୍ଥକ ମାନଙ୍କ ସହ ଆସି ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଛତ୍ରପୁର ନିର୍ବାଚନ ମଣ୍ଡଳୀର ୫ଟି ଜୋନ ର ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ବିଜୁ ଜନତା ଦଳ ପକ୍ଷରୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ପାର୍ଥୀ ମାନେ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗଞ୍ଜାମ ବ୍ଲକର ୧୪ ନମ୍ବର ଜୋନ ପାଇଁ ଜିଲ୍ଲା ପରିଷଦ ସଭ୍ୟ ପଦବୀ ସକାଶେ ସସ୍ମିତା ସ୍ୱାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୧୫ ନମ୍ବର ଜୋନ ପାଇଁ ସନାତନ ବେହେରା ନିଜ ନିଜ ନାମାଙ୍କନ ପତ୍ର ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇଙ୍କ ନିକଟରେ ଦାଖଲ କରିଛନ୍ତି । ସେହିପରି ଛତ୍ରପୁର ବ୍ଲକର ୧୯ ନମ୍ବର ଜୋନ ପାଇଁ ରଶ୍ମିତା ନାହାକ, ୨୦ ନମ୍ବର ଜୋନ ପାଇଁ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡି ଓ ୨୧ ନମ୍ବର ଜୋନ ପାଇଁ ଛବିତା ବେହେରା ନିଜ ନିଜ ନାମାଙ୍କନ ପତ୍ର ଛତ୍ରପୁର ଉପଜିଲ୍ଲାପାଳ ଶ୍ରୀ ଭୋଇଙ୍କ ନିକଟରେ ଦାଖଲ କରିଛନ୍ତି ।