ଜିଲ୍ଲା ପାଲାଗାୟକ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଶ୍ରୀ ଶ୍ରୀ ନିଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦ କେନ୍ଦ୍ରାପଡା ଜିଲ୍ଲା ଶାଖାର ତ୍ରୟୋବିଂଶ ବାର୍ଷିକ ପାଲାଗାୟକ ସମ୍ମିଳନୀ ପାଇଁ ଦୁହୁରିଆସ୍ଥିତ ଯଜେ୍ଞଶ୍ୱର ମନ୍ଦିର ପଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପରିଷଦର ସଭାପତି ଆକାଶବାଣୀ ଓ ଦୂରଦର୍ଶନର କଣ୍ଠଶିଳ୍ପୀ ଗାୟକ ପ୍ରକୃତି ବନ୍ଧୁ ଗଗନବିହାରୀ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପାଲାଗାୟକ ପରିଷଦର ସମ୍ପାଦକ ପ୍ରଫୁଲ୍ଲ କୁମାର ପଣ୍ଡା, ଗାୟକ ବିଷ୍ଣୁ ଚରଣ ଆଚାର୍ଯ୍ୟ, ସୁରେନ୍ଦ୍ର ନାଥ ଶତପଥୀ, ନାଟ୍ୟ ଭୂଷଣ ସହଦେବ ବାରିକ, ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଆକାଶବାଣୀର କେନ୍ଦରା ବାଦକ କ୍ଷୀରୋଦ କୁମାର ନାଥ, ଅଶୋକ ରଣା, ରାଜ କିଶୋର ସେଠୀ, କୁଳମଣୀ ସେଠୀ, ଅଭୟ ବାରିକ, ବିଶ୍ୱନାଥ ନାୟକ, ପରମେଶ୍ୱର ମଲ୍ଲିକ, ଲକ୍ଷ୍ମୀପ୍ରିୟା ସ୍ୱାଇଁ, ସଙ୍କୀର୍ତ୍ତନ ଗାୟକ ଅଭୟ କୁମାର ଶତପଥୀ, ଭଜନ ସଙ୍ଗିତଜ୍ଞ ସାଇ ସୁବ୍ରତ ରାଉତ, ଘୋଡାନାଚ ଗାୟକ ଗଗନ ପାତ୍ର, କାର୍ତ୍ତିକ ଚନ୍ଦ୍ର ପତି, ଗାୟୀକା ମଞ୍ଜୁଲତା ପତି, ନୃତ୍ୟ କଳାକାର ଦେବାଶିଷ ସାମଲ, ମାଧବାନନ୍ଦ ଦାଶ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମହାମାରୀ କରୋନାରେ କଳାକାରମାନେ ସରକାରଙ୍କ ଠାରୁ କୈାଣସି ସହାୟତା ନପାଇ ଅତ୍ୟନ୍ତ ଦୁଃଖରେ ଦିନ କାଟୁଛନ୍ତି । ଚଳିତମାସ ୨୬ ଓ ୨୭ ତାରିଖ କିମ୍ବା ଆସନ୍ତା ଜାନୁଆରୀମାସ ୨ ଓ ୩ତାରିଖରେ ଜିଲ୍ଲା ପାଲା ସମ୍ମିଳନୀ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପରବର୍ତ୍ତୀ ବୈଠକରେ କେଉଁଠି ଏହି ସମ୍ମିଳନୀ ହେବ ସେ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ । ଶେଷରେ ଶାରଦା ପ୍ରସନ୍ନ ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।