ଜିଲ୍ଲା ପୋଲିସ ପକ୍ଷରୁ ଜଳଛତ୍ର

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ପୋଲିସ ପୋଷ୍ଟ ଠାରେ ଜଳଛତ୍ର ଖୋଲା ଯାଇଥିବାର ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବସଷ୍ଟାଣ୍ଡ ଠାରେ ଥିବା ପୋଲିସ ପୋଷ୍ଟ ଠାରେ ଏକ ଜଳ ଛତ୍ର ଖୋଲା ଯାଇଛି । ଜିଲ୍ଲାରେ ଦୈନନ୍ଦିନ ଗ୍ରୀଷ୍ମର ଉତ୍ତାପ ବୃଦ୍ଧିପାଉଥିବା ଦୃଷ୍ଟିରେ ରଖି ଜିଲ୍ଲା ପୋଲିସକ୍ଷରୁ ଏପରି ଜଳଛତ୍ର ଖୋଲାଯାଇଥିବାର ଜଣାପଡିଛି । ଏହା ସହ କୌଣସି କାମ ନଥିଲେ ବାହାରେ ନବୁଲିବା, ଯଦି କୌଣସି କାମରେ ବାହାରକୁ ଗଲେ ଛତା ଓ ଯୋତା ବ୍ୟବହାର କରିବା ପାଇଁ ସଚେତନତା ମଧ୍ୟ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ