ମିଳିତ ଅବକାରୀ ଚଢଉ : ଦେଶୀ ରନ୍ଧା ମଦ ଜବତ 

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ତତ୍ୱାବଧାନରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ ସିଙ୍ଗିପୁର ଓ ନେରେଡିଗୁଡା ଗ୍ରାମାଞ୍ଚଳରେ ମିଳିତ ଅବକାରୀ ଚଢଉ କରାଯାଇ ମୋଟ ୧୦ହଜାର ୮୦୦ଲିଟର ପରିମାଣର ମହୁଲ ପୋଚ ନଷ୍ଟ କରାଯାଇଥିବା ବେଳେ ୩୬୦ ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ କରାଯାଇଥିବାର ଜଣାପଡିଛି । ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ଟିମ୍‌, ସଦର ଅବକାରୀ ଥାନାର କର୍ମଚାରୀ, ପାରଳାଖେମୁଣ୍ଡି ଆଦର୍ଶ ଥାନାର ପୋଲିସ ଟିମ୍ ଓ ଆନ୍ଧ୍ରପ୍ରଦେଶର ପୋଲିସ ଏବଂ ଅବକାରୀ ଟିମ ଅତର୍କିତ ଭାବେ ଏହି ଦୁଇ ଗ୍ରାମାଞ୍ଚଳରେ ପୃଥକ ଭାବେ ଚଢଉ କରିଥିଲେ । ଚଢଉ ବେଳେ ମଦମାଫିଆ ମାନେ ଘଟଣାସ୍ଥଳ ଛାଡି ଚାଲି ଯାଇଥିବା ବେଳେ ସିଙ୍ଗିପୁର ଗ୍ରାମ ଠାରେ ୭୨୦୦ଲିଟର ମହୂଲ ପୋଚକୁ ଜବତ କରି ନଷ୍ଟ କରାଯାଇଥିବା ବେଳେ ୨୮୦ ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ କରାଯାଇଛି । ସେହିପରି ନେରେଡିଗୁଡା ଗ୍ରାମାଞ୍ଚଳ ରେ ୩୬୦୦ଲିଟର ମହୁଲ ପୋଚ ଜବତ କରାଯାଇ ନଷ୍ଟ କରାଯାଇଥିବା ବେଳେ ୮୦ ଲିଟର ଚୋରା ଦେଶୀ ରନ୍ଧାମଦ ଜବତ କରାଯାଇଥିବାର ସୂଚନା ପ୍ରଦାନ କରାଯାଇଛି । ଏତଦ୍ ବ୍ୟତୀତ ଉଭୟ ଅଞ୍ଚଳରେ ମଦ ରାନ୍ଧିବା ବିଭିନ୍ନ ସାମଗ୍ରୀକୁ ମଧ୍ୟ ଜବତ କରିଥିବାର ବିଭାଗୀୟ ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ