ଜିଲ୍ଲା ପ୍ରକଳ୍ପ ନିର୍ଦେଶକଙ୍କ ସହ ବ୍ଲକ କର୍ମଚାରୀଙ୍କ ବୈଠକ

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକକୁ ଦିନିକିୟା ଗସ୍ତରେ ଆସିଥିଲେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ମହେଶ କୁମାର ଚୌଧୁରୀ | ବ୍ଲକରେ ପହଞ୍ଚି ବ୍ଲକର ଉର୍ଣ୍ଣତି ମାନ କାର୍ଯ୍ୟ ଦେଖିବା ପରେ ଅଧିକ ଉର୍ଣ୍ଣତି ପାଇଁ ବ୍ଲକ ଅଧିକାରୀ ବଂଶୀଧର ଖୋସଲା ଓ ସରକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ,ଏପିଡ଼ି ବି.ରୋହିତ କୁମାର, ପ୍ରୋଗ୍ରାମ ଅଧିକାରୀ ଦେବୀ ପ୍ରସାଦ,ମନରେଗା କୋଡ଼ି ନେଟର ରଶ୍ମିତା ଦାଶ,ଜିଲ୍ଲାର ଉଚସ୍ଥ ଅଧିକରିଙ୍କ ଉପସ୍ଥିତିରେ ୩୯ଟି ପଞ୍ଚାୟତର ପଞ୍ଚାୟତ ଅଧିକାରୀ, ଗ୍ରାମ ରୋଜଗାର ସେବକ ଯନ୍ତ୍ରୀ ମାନଙ୍କ ସହ ଆଲଚନା କରି ତୁରନ୍ତ ପଞ୍ଚାୟତ ଗୁଡିକରେ ଅଧ୍ୟାପାନ୍ତର ହୋଇ ରହିଥିବା ଅଙ୍ଗନବାଡି ଗୃହ,ରାସ୍ତା, ଆବାସ ଯୋଜନା ,ପଞ୍ଚାୟତର ଲୋକଙ୍କୁ ମନରେଗାରେ କାମ ଯୋଗାଇବା, ପିଇବା ପାଣି, ଆଦି ବିଭିନ୍ନ ଉର୍ଣ୍ଣତି ମାନର କାମ ଅଧା ହୋଇ ରହିଥିବା ହେତୁ ଏହି କାମକୁ ତୁରନ୍ତ ଶେଷ କରିବା ପାଇଁ ନିର୍ଦେଶ ଦେଇଥିଲେ | ଜିଲ୍ଲା ଅଧିକାରୀ ଆସି ଉର୍ଣ୍ଣତି ନିମନ୍ତେ ବିଭିନ୍ନ ନିର୍ଦେଶ ଦିଅନ୍ତି କିନ୍ତୁ କିଛି ପଞ୍ଚାୟତ ଅଧିକାରୀ ମନମୁଖୀ କରି ଟଙ୍କା ଲୁଟୁଛନ୍ତି | ଭତ୍ତା ଆବାସ ଯୋଜନା ଦେବା ନାରେ ଲୋକଙ୍କ ଠାରୁ ପଇସା ଲୁଟିବାରେ ଲାଗିଛନ୍ତି | ଏଥିପ୍ରତି ପଦେକ୍ଷପନ ନ ନେଲେ ସେମାନଙ୍କର ନିର୍ଦେଶ କେବଳ ନିର୍ଦେଶରେ ହିଁ ରହିଯାଉଛି ବୋଲି ବୁଦ୍ଧିଜୀବି ମୋହଲ ରେ ଚର୍ଚ୍ଚା ଧରିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ