ହାଥରସ୍ ଗଣଦୁଷ୍କର୍ମ ପୀଡ଼ିତାଙ୍କ ବ୍ୟବଛେଦ ରିପୋର୍ଟ
ଉତ୍ତରପ୍ରଦେଶ,(ୱାଇଏନ୍ଏସ୍): ଦୁଇ ସପ୍ତାହ ତଳେ ଦିଲ୍ଲୀ ଠାରୁ ୨୦୦ କିମି ଦୂର ଉତ୍ତରପ୍ରଦେଶର ହାଥରସ୍ ଗାଁରେ ୪ ଜଣ ଉଚ୍ଚ ଜାତିର ପୁରୁଷଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ଅନୁସୂଚିତ ବର୍ଗ ଯୁବତୀଙ୍କର ମଙ୍ଗଳବାର ସକାଳେ ଦିଲ୍ଲୀରେ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ସାରା ଦେଶରେ ଆଲୋଚନା ଚାଲୁଥିବା ବେଳେ ଏବେ ପୀଡ଼ିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି | ସଫଦରଜଙ୍ଗ ହସ୍ପିଟାଲ ଦ୍ୱାରା ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ, ପୀଡିତାଙ୍କ ମୃତ୍ୟୁର ମୁଖ୍ୟ କାରଣ କେବଳ ଭିସେରା ରିପୋର୍ଟ ଆସିବା ପରେ ଜଣାପଡିବ। ବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଛି ଯେ କେବଳ ଥରେ ନୁହେଁ ଅନେକ ଥର ପୀଡ଼ିତାଙ୍କ ବେକ ଚିପିବାକୁ ଚେଷ୍ଟା କରାଯାଇଛି। ପୀଡିତା ନିଜକୁ ବଞ୍ଚାଇବା ପାଇଁ ଅନେକ ଥର ଚେଷ୍ଟା କରିଥିଲେ, ଯେଉଁ କାରଣରୁ ତାଙ୍କ ବେକର ହାଡ ମଧ୍ୟ ଭାଙ୍ଗି ଯାଇଛି। ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି, ଏହା ପରେ ମୃତ୍ୟୁର କାରଣ କ’ଣ ତାହା ନିଶ୍ଚିତ ହେବ ବୋଲି ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଛି।


