ଜିଲ୍ଲା ପ୍ରକଳ୍ପ ନିର୍ଦେଶକଙ୍କ ବୁଗୁଡା ବ୍ଲକ ଗସ୍ତ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତତ୍ରୟ ଭାଉସାହେବ ଡିସେମ୍ବର ୨୯ ତାରିଖ ଦିନ ବୁଗୁଡା ବ୍ଲକ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ବୁଗୁଡ଼ାରେ ପହଞ୍ଚିବା ପରେ ପ୍ରଥମେ ବ୍ଲକ ଅଫିସରେ ବିଭିନ୍ନ ବିଷୟ ଅନୁଧ୍ୟାନ କରିଥିଲେ। ବ୍ଲକ ଇନସ୍ପେକସନ ପରେ ଖୋଳଖାଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାଳସାକର ଗ୍ରାମକୁ ଯାଇ ବୁଣାକାର ମାନଙ୍କ ସହ ଆଲୋଚନା କରି ସେମାନଙ୍କୁ “ଗଞ୍ଜାମ ପରିଧାନ” ଯୋଜନା ଅନ୍ତର୍ଭୂକ୍ତ କରାଯାଇ ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ତନ୍ତଗୃହ ନିର୍ମାଣ କରାଯାଇ ସେମାନଙ୍କୁ ଉପାର୍ଜନ କ୍ଷମ କରାଯିବା ପାଇଁ ପ୍ରକାଶ କରିଥିଲେ। ବାଙ୍କେଶ୍ୱରୀ ମନ୍ଦିର ପୁଷ୍କରିଣୀ ପରିଦର୍ଶନ କରି ସୌନ୍ଦର୍ଯ୍ୟ କରଣ ପାଇଁ ପରାମର୍ଶ ଦେଇଥିଲେ। ତାକରଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ବିଭିନ୍ନ ବିଷୟ ଅନୁଧ୍ୟାନ କରିଥିଲେ। ଗୋ ପାଳନ ଚାଷ ପାଇଁ ଉଦ୍ଦିଷ୍ଟ ଆଦର୍ଶ ଗୁହାଳ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିବା ସହ ଚାଷୀ ମାନଙ୍କ ଦୁଗ୍ଧ ରଖିବା ପାଇଁ “ଗଞ୍ଜାମ ଗୃହିଣୀ” ଯୋଜନାରେ ଏକ ଶୀତଳିକରଣ ମିସିନ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ। ପି.ଡ଼ି.ଶ୍ରୀ ଭାଉସାହେବଙ୍କ ସହ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ବିଭିନ୍ନ ଗସ୍ତ ସ୍ଥଳୀକୁ ଯାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ