ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ଗୋପାଳକୃଷ୍ଣ ଜେନାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ କଂଗ୍ରେସ ନେତା ଗୋପାଳକୃଷ୍ଣ ଜେନାଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଅର୍ବାନ କୋପରେଟିଭ ବ୍ୟାଙ୍କ ସଭାପତି ଗୁରୁ ପ୍ରସାଦ ମହାନ୍ତି, ପ୍ରାକ୍ତନ ନଗରପାଳ ଧିରେନ ସାହୁ, ଆଡଭୋକେଟ ଧରଣୀଧର ସୁଆର, ସଂସଦର ସମ୍ପାଦକ ସୁଶିଲ କୁମାର ସାମଲ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଜେନାଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅତିଥିମାନେ ସ୍ୱର୍ଗତ ଜେନା ସମସ୍ତଙ୍କୁ ଆପଣାର କରିପାରୁଥିବା ଭଳି ଜଣେ ଭଲ ମଣିଷ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରମଣୀରଞ୍ଜନ ରାଉତରାୟ, ପ୍ରଫୁଲ୍ଲ କୁମାର ଦାସ, ପୂର୍ବତନ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଶରତ ଚନ୍ଦ୍ର ଧଳ, ଅବନ୍ତୀ ବେହେରା, ହିମାଂଶୁ ଦାସ, ଗୋଲେଖ ପଢିଆରୀ, ଅଶୋକ କୁମାର ସାହୁ, ସୈାମ୍ୟରଞ୍ଜନ ପଟ୍ଟନାୟକ, ନୃସିଂହ ତ୍ରିପାଠୀ, ଆଶିଷ ସେନାପତି, ଗୟାଧର ଧଳ, ନିରଞ୍ଜନ ପରିଡା, ଅପର୍ତ୍ତୀ ସେଠୀ, ବଳରାମ ଦାସ, ରଣଧୀର ଜେନା, ସୟଦ ଅବଦୁଲ ସତ୍ତାର, ବିଜୟ କୁମାର ଅଗ୍ରୱାଲ, ଜ୍ୟୋତିର୍ମୟ ଦାସ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ସଂସଦର ଅନ୍ୟତମ ସଦସ୍ୟ ସାମ୍ବାଦିକ ଚିତ୍ତରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ