ଜିଲ୍ଲା ପ୍ରଶାସନର ଗାଇଡ୍ ଲାଇନକୁ ଫୁ ଚାଲିଛି ମାଛ ବିକ୍ରି
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ବ୍ରହ୍ମପୁରରେ ସଟ୍ ଡାଉନ୍ ନିୟମର ଖୋଲାଖୋଲି ଉଲ୍ଲଂଘନ।ଖୋଲାଖୋଲି ଚାଲିଛି ମାଛ ବିକ୍ରି । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ଜଗବନ୍ଧୁ ସ୍କୁଲ ହରିଡାଖଣ୍ଡି ରାସ୍ତା ମାଛ ବଜାରରେ । ମାଛ କିଣିବାକୁ ଲୋକଙ୍କ ଗହଳି ବି ଲାଗିଛି । ଏହି ମାଛ ବିକାଳୀ ବାହାରୁ ଆସିଥିବା ଜଣାପଡିଛି । ଏଠାରେ ଜିଲ୍ଲା ପ୍ରଶାସନର ଗାଇଡ୍ ଲାଇନକୁ ଫୁ କରିଦେଇଥିବା ଦେଖାଯାଇଛି।ବ୍ରହ୍ମପୁର ସହରକୁ ୪ ଦିନିଆ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଆସନ୍ତା ମଙ୍ଗଳବାର ଯାଏଁ ସଟ୍ ଡାଉନ୍ ବଳବତ୍ତର ରହିବ । ସଟ୍ ଡାଉନ୍ ପାଇଁ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । କେବଳ ଜରୁରୀକାଳୀନ ସେବା ଜାରି ରହିଛି । ଏହି ସମୟରେ ୭୦ଟି ଟିମ୍ ଘରକୁ ଘର ବୁଲି ସ୍କ୍ରିନିଂ କରୁଛନ୍ତି ।ଗୋଟିଏ ପଟେ କୋରନା ଭଳି ମହାମାରୀ ସଂକ୍ରମଣକୁ ପ୍ରତିହତ କରିବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ କେତେକ ଅମାନିଆ କୌଣସି ସ୍ଥିତିକୁ ଖାତିରି କରୁନାହାନ୍ତି । କୋରନାକୁ ନିମନ୍ତ୍ରଣ କରୁଥିବା ଭଳି ସ୍ଥିତି ସୃଷ୍ଟି କରିଥିବା ଦେଖିବାକୁ ମିଳିଛି ।