ଜିଲ୍ଲା ପ୍ରଶାସନ ତରଫରୁ ଖରିଫ୍ ଧାନ ସଂଗ୍ରହ ନିମନ୍ତେ ବୈଠକ।

ଜଗତସିଂହପୁର, (ଅନସୂୟା ରାଉତ):ଆଜି ସକାଳ ୧୧ଟାରେ ଜଗତସିଂହପୁର ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଜିଲ୍ଲାପାଳ ସରୋଜ କାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡିଶାର ମାନ୍ଯବର ସୂଚନା ଲୋକସମ୍ପର୍କ ଓ ଜଳସଂପଦ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ, ସାଂସଦ ଡା ଶ୍ରୀମତୀ ରାଜଶ୍ରୀ ମଲିକ ,ଜିଲ୍ଲା ଯୋଗାଣ ନିରୀକ୍ଷକ ବିବେକାନନ୍ଦ ବେହେରା ପ୍ରମୁଖ ଯୋଗଦେଇ ଥିଲେ। ଆଗାମୀ ଜାନୁଆରୀ ମାସ ୩ତାରିଖରେ ଜିଲ୍ଲାର ପଂଜୀକୃତ ପାଖାପାଖି ୪୦ହଜାର ଚାଷୀଙ୍କଠାରୁ ପାଖା ପାଖି ୮୬ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ଜିଲ୍ଲାର ୧୦୫ଗୋଟି ସେବାସମବାୟ ସମିତି ମାଧ୍ୟମରେ ଏହି ଧାନ କ୍ରୟ କରାଯିବ । ଚାଷୀ ମାନେ ଯେଉଁ ଦିନ ଧାନ ଦେବେ ସେହି ଦିନ ତାଙ୍କର ବ୍ଯାଙ୍କ ଖାତାକୁ ଧାନ ଟଙ୍କା ପଠାଯିବ ବୋଲି ଜିଲ୍ଲା ଯୋଗାଣ ନିରୀକ୍ଷକ ଆମ ଯୁଗାବ୍ଦ ପ୍ରତିନିଧି ଅନସୂୟା ରାଉତଙ୍କୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ