ଜିଲ୍ଲା ବାଲିଯାତ୍ରା ମହୋତ୍ସବ କମିଟିର ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଆଜି ବାଲିଯାତ୍ରା କମିଟି ୨୦୧୯-୨୦ର ହିସାବପତ୍ର ସହିତ ଏକ ପସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ଉପସଭାପତି ଧୀରେନ୍ଦ୍ର କୁମାର ଦାସଙ୍କ ପୈାରହିତ୍ୟରେ ଆୟୋଜିତ ବୈଠକରେ ଆସନ୍ତା ୩୦ତାରିଖରେ କାର୍ତିକ ପୂର୍ଣ୍ଣମୀ ଅବସରରେ ସକାଳ ୮ଘଟିକା ସମୟରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ କୋଭିଡ-୧୯ ନିୟମ ଅନୁଯାୟୀ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହେବ । ଏହି ବୈଠକରେ ଉପସ୍ଥିତ ଥିବା କମିଟିର ସଂପାଦକ ସଂଜୟ କୁମାର ଜେନାଙ୍କ ପ୍ରସ୍ତାବରେ ଜିଲ୍ଲାପାଳ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଂପାଦନ କରିବେ । ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଡଃ ବାସୁଦେବ ଦାସ, ଡଃ. ବିରଜା ରାଉତରାୟ,ସଭାପତି ପ୍ରଦୀପ କୁମାର ଦାଶ, କରୁଣାକର ଦାସ, ସହ ସଂପାଦକ କିଶୋର ପ୍ରଧାନ, କୋଷାଧକ୍ଷ ମନୋରଂଜନ ତ୍ରିପାଠୀ, ରମଣୀ ରଂଜନ ରାଉତରାୟ, ସଙ୍ଗଠନ ସଂପାଦକ ସେକ ଚନ୍ଦନ, ସରପଂଚ ପିତବାସ ବେହେରା, ଅଭିମନ୍ୟୁ ଗୋଚ୍ଛାୟତ, ଟୁଟୁ ଗେରୁ, ତ୍ରିଲୋଚନ ଦାସ, ମଧୁସୂଦନ ଗେରୁ, ମୀର ସଫିକ, ଅବଦୁଲ ସଲିମ ଖାନ, ସୋନି ଖାନ, ମୃତୁଞ୍ଜୟ ସାହୁ, କୈାଳାସ ଗେରୁ, ସୁଜାତା ସାହୁ, ସେକ ୟୁସୁଫ, ଜିତେନ୍ଦ୍ର ସାହୁ, ଅନାଦୀ ସେଠୀ, ଶରତ କୁମାର ବେହେରା, ମହେନ୍ଦ୍ର ଆଚାର୍ଯ୍ୟ, ମହେଶ୍ୱର ବେହେରା, ମସିଦ ଖାନ, ଲାଲବାବୁ ଖାନ, ଚାନ୍ଦ ବାବୁ ଖାନ, ସେକ ଆଜାଦ, ଅଲ୍ଲୀ ବାବୁ ଖାନ, ଦେବେନ୍ଦ୍ର ଧଳେଇ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।