ଜିଲ୍ଲା ବିଜେଡି ନେତା ଓ କର୍ମୀମାନଙ୍କୁ ନବୀନଙ୍କ ଗୁରୁମନ୍ତ୍ର, ଲୋକସେବାରେ ସାମିଲ ହୁଅନ୍ତୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ବିଜେଡ଼ି ନେତା ଓ କର୍ମୀମାନେ ଭୁବନେଶ୍ୱରଗ୍ରସ୍ତ କରି ଶଙ୍ଖ ଭବନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷତ କରିଛନ୍ତି. ଏହି ଅବସରରେ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲାର ବିଜେଡିର ନେତା ଓ କର୍ମୀମାନଙ୍କୁ ଗଜପତି ଜିଲ୍ଲାବାସୀଙ୍କ ସୁଖ ଦୁଃଖ, ସମସ୍ୟା ଆଦିରେ ନିଜ ନିଜକୁ ସାମିଲ କରି ଲୋକଙ୍କ ସେବା କରନ୍ତୁ ବୋଲି ଗୁରୁ ମନ୍ତ୍ର ଦେଇଛନ୍ତି. ପାରଳା ବିଧାୟକ ରୁପେଶ ପାଣିଗ୍ରାହୀଙ୍କ ନେତୃତ୍ୱରେ, ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ଜିଲ୍ଲା ପରିଷଦ ଅଧକ୍ଷ ଗବରା ତିରୁପତି ରାଓ, ବରିଷ୍ଠ ବିଜେଡ଼ି ନେତା ତଥା ବିଜେଡ଼ି ରାଜ୍ୟ ସମ୍ପାଦକ ବସନ୍ତ ଦାସ,ବିଜେଡ଼ି ରାଜ୍ୟ ଉପ ସମ୍ପାଦକ ପ୍ରଦୀପ ନୟକ, ସହ ସମସ୍ତ ଅଧକ୍ଷ ଅଧକ୍ଷା, ବିଜେଡ଼ି ଯୁବ ନେତା ସୁଜିତ ତ୍ରିପାଠୀ,ବିଜେଡ଼ି ଜିଲ୍ଲା ଯୁବ ସଭାପତି ଏସ ଲିଙ୍ଗରାଜଙ୍କ ସମେତ ବହୁ ବିଜେଡ଼ି କର୍ମୀ ଓ ନେତା ଗତକାଲି ଭୁବନେଶ୍ୱର ଠାରେ ଥିବା ଶଙ୍ଖ ଭବନ ଠାରେ ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶ୍ରିବାଦ ନେଇ ପୁଣି ବିଜେଡ଼ିକୁ ଶକ୍ତିଶାଳୀ କରି ଓଡ଼ିଶାର ବିକାଶ ଓ ଉନ୍ନତି କରିବା ପାଇଁ ଶପଥ ନେଇଛନ୍ତି.ଏହି ଅବସରରେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ କହିଥିଲେ, ଗଜପତିରେ ବିଜୁ ଜନତା ଦଳର ସଂଗଠନ ସୁଦୃଢ ରହିଛି. ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ଗଜପତି ଜିଲ୍ଲାରେ ବିଜୁ ଜନତା ଦଳକୁ ଶତ ପ୍ରତିଶତ ସଫଳ କରିବା ପାଇଁ ଦଳ ପକ୍ଷରୁ ସମସ୍ତ କାଯ୍ୟାରମ୍ଭ କରାଯାଇଛି. ଏଥିସହ ଲୋକଙ୍କୁ ବିଭିନ୍ନ ସମସ୍ୟା ଓ ତାର ସମାଧାନ ପାଇଁ ପ୍ରତେକ୍ଷ ଭାବେ ମୁଁ ଏବଂ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ଅଧକ୍ଷ, ପାରଳା ମୁନିସିପାଲିଟି ଓ କାଶୀନଗର ଏନଏସି ଅଧକ୍ଷା, ସମସ୍ତ ବ୍ଲକ ଅଧକ୍ଷ, ସରପଞ୍ଚ ସମିତି ସଭ୍ୟଙ୍କ ସମେତ ଦଳର କର୍ମୀ ଓ ନେତାମାନେ ସବୁ ସ୍ତରର ଲୋକଙ୍କୁ ସାକ୍ଷତ କରି ସେମାନଙ୍କ ସହ ଆଲୋଚନା କରିବା ସହ ଲୋକଙ୍କ ସମସ୍ୟା ଓ ତାର ସମାଧାନ ପାଇଁ ଆବଶକ୍ୟ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି. ତେଣୁ ଆଗାମୀ ସମସ୍ତ ନିର୍ବାଚନରେ ବିଜୁ ଜନତା ଦଳ ଗଜପତି ଜିଲ୍ଲାରେ 1 ନଂ ଶକ୍ତିଶାଳୀ ଦଳ ହୋଇ ରହିବ ବୋଲି ଅତ୍ୟନ୍ତ ଦୃଢତାର ସହ ପାରଳାର ବିଧାୟକ ଶ୍ରୀ ପାଣିଗ୍ରାହୀ କହିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ