ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀଙ୍କ ଘରୁ ୨ଲକ୍ଷ ଟଙ୍କାର ସୁନାଗହଣା ଚୋରୀ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ କାକଟ ଗ୍ରାମର (ଟାଉନ ସର୍କଲ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପଛପଟ)ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ସ୍ନେହପ୍ରଭା ତ୍ରିପାଠୀଙ୍କ ବାସଭବନର ଝରକା ରେଲିଂ ତାଡି ବୁଧବାର ରାତିରେ ପ୍ରାୟ ୨ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଚୋରୀ କରିନେଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଶ୍ରୀମତୀ ତ୍ରିପାଠୀଙ୍କ ଘର ଝରକାର ରେଲିଂ ତଡାଯାଇ ଘର ଆଲମାରି ଭିତରେ ଥିବା ଏକ ସୁନାହାର,ଶଙ୍ଖା,ଚୁଡ ଓ ପେଣ୍ଡି ହଳେ ପ୍ରଭୃତି ପ୍ରାୟ ୪୦ ଗ୍ରାମ ଓଜନର ସୁନାଗହଣା ଯାହାର ମୂଲ୍ୟ ପ୍ରାୟ ୨ଲକ୍ଷ ଟଙ୍କା ହେବ ଚୋରି ହୋଇଯାଇଥିବା ସୂଚନା ଦିଆଯାଇଛି । ପୋଲିସ ଅଭିଯୋଗ ପାଇ ଡଗ ସ୍କ୍ୱାର୍ଡ ନେଇ ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ