ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରତିବାଦ
ବାଲେଶ୍ୱର, (ସରୋଜ ପଣ୍ଡା) : ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଗୋଟିଏ ବ୍ୟାଙ୍କରେ ଖୋଲା ଯାଇଥିବା ଜଣାପଡିଛି, ଯେପରିକି ବ୍ୟାଙ୍କ ଅଫ୍ ବରୋଦା, ଚର୍ଚ୍ଚ କମ୍ପାଉଣ୍ଡ ଶାଖା, ବାଲେଶ୍ଵର |ଏସ ଏସ ଆଇ ଟି ର କର୍ମଚାରୀଙ୍କ ମୋବାଇଲ ନମ୍ବର ଉକ୍ତ ଆକାଉଣ୍ଟରେ ସଂଯୋଗ ହୋଇଥିଲ।ଏହି ସମସ୍ତ ପଇସା ଅନୁଷ୍ଠାନ ଖାଇଯାଇଥିବା କଥା ସିଏଜି କହିଛନ୍ତି। ପ୍ରତିବାଦ ରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ତଥା ରାଜ୍ୟ ଖେଲୋ ଇଣ୍ଡିଆ ସଂଯୋଜକ ରାଜେଶ ମହାପାତ୍ର ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଏହି ସଭା ରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ରାଜ୍ୟ ଯୁବମୋର୍ଚ୍ଚା କୋଷାଧକ୍ଷ ରାଜେଶ ମହାକୁଡ଼, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶଶୀକାନ୍ତ ମିଶ୍ର,ଜିଲ୍ଲା ବିଜେପି ସାଧାରଣ ସଂପାଦକ ପର୍ଶୁରାମ ପରିଡା, ସମ୍ପାଦକ ଆଶିଷ ଘୋଷ,ପୂର୍ବତନ ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ପୂର୍ବତନ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲ୍ଲା,ଜିଲ୍ଲା ଯୁବମୋର୍ଚ୍ଚା ଉପ ସଭାପତି ନାରାୟଣ ମହନ୍ତ,ଦେବାଶିଷ ଆଚାର୍ଯ୍ୟ, ଅରୂପ ଜେନା,ରୁଦ୍ରଶ୍ରୀ ସଂଜୀବ ରାଉଳ, ରାଜନ ପରିଡା ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାର ଙ୍କ ବିରୁଦ୍ଧରେ ବିଷାଦଗାର କରିଥିଲେ, ପ୍ରତିବାଦ ସଭା ପରେ ସମସ୍ତ ଯୁବମୋର୍ଚ୍ଚା ର କାର୍ଯ୍ୟକର୍ତା ଜିଲ୍ଲା ପାଳ ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ, ଏହାର ସଠିକ ତଦନ୍ତ ତଥା ଦୋଷୀ କୁ ଉଚିତ ଦଣ୍ଡ ନ ମିଳିଲେ ଆଗାମୀ ଦିନରେ ଜିଲ୍ଲା ଯୁବ ମୋର୍ଚ୍ଚା ଜିଲ୍ଲା ତଥା ରାଜ୍ୟ ସ୍ତରୀୟ ଆନ୍ଦୋଳନ କରିବ ବୋଲି ସଭାପତି ରାଜେଶ ମହାପାତ୍ର ଚେତାବନୀ ଦେଇଛନ୍ତି,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଖଗେନ୍ଦ୍ର ନାୟକ ସଭାକାର୍ଯ୍ୟ ପରିଚାଳନା କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମିଡ଼ିଆ ସହ ସଂଯଜକ ରଣଜିତ ପୃଷ୍ଟି, ଅନିଲ ମହାନ୍ତି, ସମିତି ସଭ୍ୟ ସୁନି ସୋରେନ,ଜଳଧର ମହାନ୍ତି ଯୋଗେନ ଚନ୍ଦ୍ରରଣା ସୁସ୍ମିତା ପଣ୍ଡା, ସସ୍ମିତା ଶୁକ୍ଲା, ପ୍ରଶାନ୍ତି ପଣ୍ଡା,ଝରଣା ଦାସ,ଜଳଧର ମହାନ୍ତି,ତରୁଲତା ମହାନ୍ତି,ମୋହିତ ମୋହନ ଦାସ, ସୁମନ୍ତ ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ, ଏହି କାର୍ଯ୍ୟକ୍ରମ ରେ ଶତାଧିକ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତା ଉପସ୍ଥିତ ଥିଲେ, ପରିଶେଷରେ ଯୁବ ନେତା ଉମେଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ଏହି କାର୍ଯ୍ୟକ୍ରମରେ ଶତାଧିକ ଯୁବ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ