ଜିଲ୍ଲା ମାନଚିତ୍ର ଫଟୋରେ ନାଉଗାଁ ପରିବର୍ତ୍ତେ ନୂଆଗାଁ

ନାଉଗାଁ,(ପ୍ରଦ୍ୟୁଷ ମହାନ୍ତି ):ଜଗତସିଂହପୁର ଜିଲ୍ଲା ଗଠନ ପରେ ୮ଟି ବ୍ଲକ ରହିଛି । ଏହି ବ୍ଲକ ମଧ୍ୟରେ ନାଉଗାଁ ବ୍ଲକ ଅନ୍ୟତମ । ଏହି ବ୍ଲକ ପରିସିମା ୧୪୨ କିମି ରହିଥିବା ବେଳେ ୧୬ ଗୋଟି ପଂଚାୟତ ମଧ୍ୟରେ ୯୨ଟି ଗ୍ରାମର ରହିଛି । ଉକ୍ତ ବ୍ଲକ କାର୍ଯ୍ୟାଳୟଟି ଜିଲ୍ଲା ସଦର ମହକୁମା ଠାରୁ ୨୦କିମି ଦୁରରେ ଅବସ୍ଥିତ ।ଏହି ବ୍ଲକ ଶିକ୍ଷା,ସଂସ୍କୃତି ଓ କୃଷି ଭଳି ବିଭିନ୍ନ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ହେଲେ ରାଜନୈତିକ ଦଳମାନଙ୍କର ଇଛାଶକ୍ତିର ଅଭାବ ଓ ପ୍ରଶାସନିକ ସ୍ତରର ଆନ୍ତରିତା ଅଭାବରୁ ଜିଲ୍ଲାର ମାନଚିତ୍ର ଫଟୋରେ ନାଉଗାଁ ବ୍ଲକର ନାମ ପରିବେର୍ତ ନୁଆଗାଁ ଅଛି । ଏପରିକି ଜଗତସିଂହପୁର ଜିଲ୍ଲା ନାମ ଜଗଦସିଂହପୁର ମଧ୍ୟ ରହିଥିବା ଦେଖିବାକୁ ମିଳୁଛି । ଯାହାପାଇଁ ନାଉଗାଁବାସୀଙ୍କ ପାଇଁ ଏକ ଅପାମନ ସଦୃଶ୍ୟ ହୋଇଯାଇଛି । ପ୍ରକାଶ ଥାଉକି କନ୍ଦରପୁରରୁ ଜାତୀୟ ରାଜପଥ ୫୫ନମ୍ବର ବାହାରି ଜଗତସିଂହପୁର ଦେଇ ନୁଆଗାଁରେ ସଂଯୋଗ ହୋଇଛି । ଜିଲ୍ଲା ନକ୍ସାର ଫଟୋରେ ନାଉଗାଁ ପରିବର୍ତେ ନୁଆଗାଁ ଥିବାରୁ ଏହିପରି ଭୁଲି ହୋଇ ନାଉଗାଁରେ ସଂଯୋଗ ହେବା ପରିବର୍ତେ ନୁଆଗାଁକୁ ଜାତୀୟ ରାଜପଥ ସଂଯୋଗ ହୋଇଥିବା ନାଉଗାଁବାସୀଙ୍କ ମନରେ ସନ୍ଦେହ ରହିଛି । ସେହିପରି ଅତୀତରେ ଜିଲ୍ଲା କଲ୍ଲୋଳ ମହୋତ୍ସବରେ ମଧ୍ୟ ନାଉଗାଁ ପରିବେର୍ତ ନୁଆଗାଁ ରହିଥିଲା । ଯାହାକୁ ନେଇ ନାଉଗାଁର ଗଣମାଧ୍ୟମ ପ୍ରତିନିଧିମାନେ ବିରୋଧ କରିବାରୁ ଉକ୍ତ ନାମକୁ ସଂଶୋଧନ କରାଯାଇଥିଲା । କିନ୍ତୁ ଏବେ ବି ଜଗତସିଂହପୁର ଜିଲ୍ଲା ୱେବସାଇଟିର ଜିଲ୍ଲା ନକ୍କା ଫଟୋରେ ଏହିପରି ତ୍ରୁଟିକୁ ରହିଛି । ଯାହାକୁ ତୁରନ୍ତ ସଂଶୋଧନ ପାଇଁ ନୁଆଗାଁ ନୁହେଁ ନାଉଗାଁ ଚାହୁଁ ସଂଗଠନର ସମସ୍ତ ସଦସ୍ୟ ସମେତ ପାରାଦୀପ ପୋର୍ଟ ଟ୍ରଷ୍ଟର ପୂର୍ବତନ ଟ୍ରଷ୍ଟି ପ୍ରତାପ ମିଶ୍ର, ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମିଲୁରାମ ଜେନା, କମ୍ରେଡ ସୁବାସ ସ୍ୱାଇଁ, ତ୍ରିଲୋଚନ ପାଠୀ, ଶିକ୍ଷକ ସୁକାନ୍ତ କୁମାର ଲେଙ୍କା,ଅଶୋକ କୁମାର ମହାନ୍ତି, ଗୋପବନ୍ଧୁ ଅଗ୍ରଗାମୀ ପରିଷଦର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ