ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ମାନଙ୍କୁ ମିଳୁନାହିଁ ମାସ୍କ କି ଗ୍ଲୋଭ୍

କଳାହାଣ୍ଡି,(ଓ୍ବାଇଏନ୍ଏସ୍):ସାରା ବିଶ୍ବରେ କରୋନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ସମସ୍ତଙ୍କୁ ଘରେ ରହିବା ପାଇଁ ସରକାର ନିବେଦନ କରୁଛନ୍ତି । ହେଲେ ଯେଉଁ ମାନେ ଏହି କରୋନା ଭାଇରସ୍ କୁ ଖାତିର ନକରି ନିଜ ପରିବାର ଛାଡି ଏହି ମହାମାରି ର ମୁକାବିଲା କରୁଛନ୍ତି ସେମାନଙ୍କ ପାଇଁ କୌଣସି ସୁବିଧା ମିଳୁନଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଘରୋଇ କମ୍ପାନୀ L&K ତରଫରୁ ପ୍ରାୟ ୫୦ରୁ ଉର୍ଦ୍ଧ ସଫେଇ କର୍ମଚାରୀ କିନ୍ତୁ ସେମାନଙ୍କ ସୁରକ୍ଷା ପାଇଁ କୌଣସି ସାମଗ୍ରୀ ଦେଉନାହାନ୍ତି ଯାହା ଫଳରେ ସଫେଇ କର୍ମଚାରୀ ମାନେ କାମ କରିବା ପାଇଁ ମନା କରି ଦେଇଛନ୍ତି। ସଫେଇ କର୍ମଚାରୀ ମାନେ ଗ୍ଲୋଭ୍ କିମ୍ବା ମାସ୍କ ମାଗିଲେ କମ୍ପାନୀ ର ସୁପରଭାଇଜର ମାନେ ମଦ ପିଇ ଅସଭ୍ୟ ଭାଷାରେ କହୁଛନ୍ତି ଓ କାମ ନକଲେ କାର୍ଯ୍ୟ ରୁ ବାହାର କରିଦେବା ଧମକ ଦେଉଥିବା ଅଭିଯୋଗ ଆଣିଛନ୍ତି ସଫେଇ କର୍ମଚାରୀ ମାନେ।ଏନେଇ ଆଜି ସମସ୍ତ ସଫେଇ କର୍ମଚାରୀ ADMO ଙ୍କୁ ଦେଖା କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ଓ ଆମର ସୁରକ୍ଷା ସାମଗ୍ରୀ ଦେଲେ ଆମେ କାମ କରିବୁ ବୋଲି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ