ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୁତି ୱାର୍ଡରେ ବିଦ୍ୟୁତ ସଟସର୍କିଟରୁ ଅଗ୍ନିକାଣ୍ଡ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୁତି ୱାର୍ଡରେ ଆଜି ଦିନ ପ୍ରାୟ ସାଢେ ୧୧ଟା ସମୟରେ ବିଦ୍ୟୁତ ସଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ହଠାତ ନିଆଁ ଜଳି ଉଠିଥିଲା । ସେହି ୱାର୍ଡରେ ଥିବା ସମସ୍ତ ମହିଳା ରୋଗୀ ଓ ସେମାନଙ୍କ ସହାୟତାକାରୀ ଜୀବନବିକଳରେ ଦୈାଡି ବାହାରକୁ ପଳାଇଆସିଥିଲେ । ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ । ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇନଥିବା ସୂଚନା ମିଳିଛି ।