ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଶାସଙ୍ଗ ହାଇସ୍କୁଲ ପରିଦର୍ଶନ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ପରିଦର୍ଶନ କରିଛନ୍ତି । ଆଜି ଅପରାହ୍ନରେ ଜିଲ୍ଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର ଶାସଙ୍ଗ ହାଇସ୍କୁଲରେ ପହଞ୍ଚି ବିଦ୍ୟାଳୟର ଛାତ୍ର ଉପସ୍ଥାନ, ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ବୁଝିବା ସହ ୯ମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରିଥିଲେ । ବିଦ୍ୟାଳୟର ପରିବେଶ ପରିଛନ୍ନତା ଓ ଛାତ୍ରଛାତ୍ରୀଙ୍କ ଶୃଙ୍ଖଳତାକୁ ଦେଖି ଖୁସିବ୍ୟକ୍ତ କରିଥିଲେ ।