ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଧେଶକୁ ବେଖାତିର

ହାଟଡିହି, (ବିକାଶ ବିଶ୍ୱାଳ) :-ଚଳିତ ମାଧ୍ୟମିକ ବୋର୍ଡ ଦ୍ୱାରା ପରିଚାଳିତ ୧୦ମ ଶ୍ରେଣୀ ପରୀକ୍ଷା ପରିଚାଳନାରେ ସହଯୋଗ କରିବାପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଧେଶ ଅନୁଯାଇ ସମସ୍ତ ହାଇସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ଅନ୍ୟ ସ୍କୁଲରେ ପରୀକ୍ଷା ଡୁ୍ୟଟି ନିମିତ୍ତ ପସନ୍ଦ ମୁତାବକ ପରୀକ୍ଷାକେନ୍ଦ୍ର ବାଛିବା ପାଇଁ ନିଦେ୍ର୍ଦଶ ଦିଆଯାଇଥିଲା । ତଦନୁଯାଇ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପଯୁକ୍ତ ପ୍ରୋଫର୍ମାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ । କିନ୍ତୁ କିଛି ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏହାକୁ ହେୟଜ୍ଞାନ କରି କୌଣସି ସୁଚନା ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଦେଲେ ନାହିଁଁ । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୂଷ୍ଠାନ ଗ୍ରହଣ ମଧ୍ୟ କରାଗଲା ନାହିଁ । ଯାହାକୁନେଇ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଯେଉଁ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିଜ ନିଜର ପସନ୍ଦ ସ୍କୁଲର ତାଲିକା ଦେଇଥିଲେ ସେମାନଙ୍କ ମଧ୍ୟରୁ ଅଧିକାଶଂ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସେମାନଙ୍କ ପସନ୍ଦ ସ୍କୁଲରେ ପରୀକ୍ଷା ଡୁ୍ୟଟିରେ ନପକାଇ ବହୁ ଦୁରଦୁରାନ୍ତ ସ୍କୁଲରେ ପକାଯାଇଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ସେମାନେ ଏତେଦୁରକୁ ଯାଇ କିପରି ପରୀକ୍ଷା ହୁ୍ୟଟି କରିବେ ସେନେଇ ଚିନ୍ତାରେ ପଡିଛନ୍ତି । ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଦୁର ଦୁରାନ୍ତ ସ୍କୁଲକୁ ଯାଇ ଡୁ୍ୟଟିକରି ଫେରିବା ଦ୍ୱାରା ଅଂଶୁଘାତର ଆଶଙ୍କା ଅଛି ବୋଲି ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଅଭିଯୋଗ କରିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ ଏଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ