ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ,ଗଜପତି ଆନୁକୁଲ୍ୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ସ୍ଥାନୀୟ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ବିଦ୍ୟାଳୟ ପରିସରରେ ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇସାରିଛି। ମୁଖ୍ୟ ଅତିଥି ଅଧ୍ୟକ୍ଷ ଡାକ୍ତର ମୁର୍ମୁ ,ମୁଖ୍ୟ ବକ୍ତା ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତା, ବିଶିଷ୍ଟ ଅତିଥି ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା କର୍ମଶାଳାରେ ଯୋଗ ଦେଇ ସାଂପ୍ରତିକ ସମୟର ଓଡ଼ିଆ ଭାଷା ଓ ସାହିତ୍ୟ ସର୍ଜନା ସ୍ଵୀକୃତି ସମ୍ମାନ ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଆ ଶାସ୍ତ୍ରୀୟ ଭାଷାର ମାନ୍ୟତା ହେବପୂର୍ବରୁ ଏହାର ପୌରାଣିକ,ବ୍ୟାକରଣ ଗତ ଲକ୍ଷଣ ଏବଂ ଇତିହାସ ସମ୍ପର୍କରେ ଆଲୋଚନା କରିଥିଲେ। ଶତାଧିକ ଛାତ୍ର ଛାତ୍ରୀ କର୍ମଶାଳାରେ ଯୋଗଦେଇ ନିଜ ନିଜର ମନ୍ତବ୍ୟ ରଖିଥିଲେ। ପ୍ରତିଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରି ଯୁଗେ ଯୁଗେ ଓଡ଼ିଆ ଅସ୍ମିତା କୁ ବଜାୟ ରଖିବାକୁ କହିଥିଲେ। ଶେଷରେ ପ୍ରଦୀପ କୁମାର ଜେନା ଧନ୍ୟବାଦ ଦେଇଥିଲେ।