ଜିଲ୍ଲା ସଭାଧ୍ୟକ୍ଷାଙ୍କ ଇନର ହ୍ୱିଲ କ୍ଲବ ପରିଦର୍ଶନ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁରସ୍ଥିତ ଇନର ହ୍ୱିଲ କ୍ଲବକୁ ଜିଲ୍ଲା ସଭାଧ୍ୟକ୍ଷା ଜାଗୃତି ଜୋସୀ ଙ୍କ ନେତୃତ୍ୱରେ ବାର୍ଷିକ ପରିଦର୍ଶନ କାର୍ଯ୍ୟକ୍ରମ ନେହେରୁ ନଗର ୪ର୍ଥ ଲେନସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବରୁ ସଂଗଠିତ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ସହ ଇନର ହ୍ୱିଲ କ୍ଲବ ଅଫ ବ୍ରହ୍ମପୁର ଇଷ୍ଟର ପକ୍ଷରୁ ପାଞ୍ଚଟି ୱାସ ବେସିନ, ବେଞ୍ଚ , ଡଷ୍ଟବିନ , ଚକଲେଟ , ଖାତା ଆଦି ବଣ୍ଟନ କରାଯାଇଥିଲା । ଉକ୍ତ ସ୍କୁଲକୁ ଇନରହ୍ୱିଲ ସ୍କୁଲ ଭାବରେ ଶ୍ରୀମତି ଜୋସୀ ଉଦଘାଟନ କରି ଏକ ପ୍ରସ୍ତର ଫଳକ ଉନ୍ମୋଚନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଇନର ହ୍ୱିଲ କ୍ଲବ ଅଫ ବ୍ରହ୍ମପୁର ଇଷ୍ଟର ସଭାନେତ୍ରୀ ସବିତା ପଟ୍ଟନାୟକ ଓ ସଂପାଦିକା ପ୍ମିତା ସାହୁ ପରଚାଳନା କରିଥିବାବେଳେ କ୍ଲବର ସମସ୍ତ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହେଯାଗ କରିଥିଲେ ।


