ଜିଲ୍ଲା ସଭାପତିଙ୍କ ନାମ ତାଲିକା ଘୋଷଣା

ଭୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ୍) : ଡିସେମ୍ବର ଶେଷ ସପ୍ତାହରେ ରାଜ୍ୟ ବିଜେପି ସଭାପତି ଚୟନ କରାଯିବ ବୋଲି ପ୍ରଭାରୀ ଅରୁଣ ସିଂ ସୂଚନା ଦେବା ପରେ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟ ବିଜେପି । ଜିଲ୍ଲା ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତରର ବରିଷ୍ଠ ନେତା ମାନେ ଶୁକ୍ରବାର ବିଭିନ୍ନ ଜିଲ୍ଲାର ସଭାପତି ମାନଙ୍କୁ ନିଯୁକ୍ତି ଦେଇଛି ରାଜ୍ୟ ବିଜେପି । ଏହା ପୂର୍ବରୁ ରାଜ୍ୟସ୍ତରୀୟ ନେତୃବୃନ୍ଦ ମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ଜିଲ୍ଲା ଓ ମଣ୍ଡଳ ସ୍ତରର ନେତୃମଣ୍ଡଳୀଙ୍କ ସହ ଆଲୋଚନା କରି ମତାମତ ସଂଗ୍ରହ କରିଥିଲେ । ଡିସେମ୍ବର ୧୫ ଓ ୧୬ ଦୁଇ ଦିନ ଧରି ଅନୁଷ୍ଠିତ ଜିଲ୍ଲା ସଭାପତି ନିର୍ବାଚନର ଫଳାଫଳ ଆଜି ରାଜ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ରଂଜନ ପଟେଲଙ୍କ ଅନୁମୋଦନ କ୍ରମେ ରାଜ୍ୟ ସହ ନିର୍ବାଚନ ଅଧିକାରୀ ଓ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ଘୋଷଣା କରିଛନ୍ତି । ଜିଲ୍ଲା ସଭାପତି ମାନେ ହେଲେ ଅନୁଗୁଳ ଜିଲ୍ଲା ଦିଲେଶ୍ୱର ପ୍ରଧାନ,ଢେଙ୍କାନାଳ- ନରେଶ ମହାପାତ୍ର, କଟକ ନଗର-ଲଲାତେନ୍ଦୁ ବଡୁ,କଟକ ସଦର- ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ଜଗତସିଂହୁର- ସତ୍ୟବ୍ରତ ମହାପାତ୍ର, କେନ୍ଦ୍ରାପଡା- କିଶୋର ପଣ୍ଡା, ଯାଜପୁର- ଗୌତମ ରାୟ, ଭଦ୍ରକ- ହେମନ୍ତ ପାଢୀ, ବାଲେଶ୍ୱର- ଉମାକାନ୍ତ ମହାପାତ୍ର, ବାରିପଦା- ପୂର୍ବତନ ବିଧାୟକ କାନ୍ଦରା ସୋରେନ, ରାଇରଙ୍ଗପୁର- ବିଧାୟକ ନବଚରଣ ମାଝୀ, କେନ୍ଦୁଝର- ଅଂଶୁମାନ ସବୁଜ ମହନ୍ତ ବର୍ମା, ସୁନ୍ଦରଗଡ(ବଣାଇ)- ଅନୀଲ ବାର୍ଲା, ସୁନ୍ଦରଗଡ ଲତିକା ପଟ୍ଟନାୟକ, ସୁନ୍ଦରଗଡ-ବିଧାୟକ ଭବାନୀ ଭୋଇ, ଝାରସୁଗୁଡା- ମଙ୍ଗଳ ସାହୁ, ଦେବଗଡ- ମୀନ କେତନ ପ୍ରଧାନ, ସମ୍ବଲପୁର- ଗିରିଶ ପଟେଲ, ବରଗଡ- ଅଶ୍ୱନୀ ଷଡଙ୍ଗୀ, ବୌଦ୍ଧ- ବିପ୍ରଚରଣ ମହାନ୍ତି, ସୁବର୍ଣ୍ଣପୁର ପ୍ରମୋଦ ମହାପାତ୍ର । ବଲାଙ୍ଗୀର- ଶିବାଜୀ ମହାନ୍ତି, ନୂଆପଡା- ସୁବ୍ରତ ଠାକୁର, କନ୍ଧମାଳ- ଜଗନ୍ନାଥ ସାହୁ, ନବରଙ୍ଗପୁରର – ଜଗଦୀଶ ବିଶୋଇ, କୋରାପୁଟ- ସୁମନ୍ତ ପ୍ରଧାନ, ମାଲକାନଗିରି- ବିଧାୟକ ଆଦିତ୍ୟ ମାଢୀ, ରାୟଗଡା- ଶିବ ପଟ୍ଟନାୟକ, ଗଜପତି- ବିଧାୟକ କେ. ନାରାୟଣ ରାଓ, ଗଂଜାମ-ବିଭୂତି ଜେନା, ଘୁମୁସର- ଗୋକୁଳାନନ୍ଦ ମଲ୍ଲିକ, ନୟାଗଡ-ଲାଲା ମନୋଜ ରାଓ ,ଖୋର୍ଦ୍ଧା- ରଶ୍ମି ରଂଜନ ମହାପାତ୍ର, ପୁରୀ- ଆଶ୍ରିତ ପଟ୍ଟନାୟକ ବୋଲି ଶ୍ରୀ ରାୟ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ