ଜିଲ୍ଲା ସମ୍ମିଳନୀ ନିମନ୍ତେ ପ୍ରସ୍ତୁତି ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରେ ଏଆଇଟିୟୁସି ସହବନ୍ଧିତ ଓଡିଶା ଫରେଷ୍ଟ ଉଡ ଅଗ୍ରିକଲଚର ଏଣ୍ଡ ବିିଲଡିଂ କନଷ୍ଟ୍ାକ୍ସନ ୱାର୍କସ ୟୁନିୟନ ର ଜିଲ୍ଲା ସଭାପତି ପ୍ରବୀଣ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୨ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ୟୁନିୟନ ର ଜିଲ୍ଲା ସମ୍ମିଳନୀ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଅନୁଷ୍ଠିତ ହୋଇ୍ଯାଇଛି । ଏହି ବୈଠକରେ ୟୁନିୟନ ର ସମ୍ପାଦକ ସନ୍ତୋଷ କୁମାର ଦାଶ, ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ ସନ୍ୟାସୀ ପ୍ରଧାନ, ଏଆଇଟିୟୁସି ନେତା ନୀଳକଣ୍ଠ ଦାଶ, ନବୀନ ଚନ୍ଦ୍ର ଗୌଡ, ଯୋଗେନ୍ଦ୍ର କୁମାର ଗୌଡଙ୍କ ସମେତ ବହୁ ସଭ୍ୟ ମାନେ ଯୋଗ ଦେଇ ସମ୍ମିଳନୀର ସଫଳତା ଉପରେ ଆଲୋଚନା କରିଥିଲେ ।


