ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ସମୀକ୍ଷା ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ପରିସରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶଙ୍କର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ପ୍ରୋଗ୍ରାମ ଅଫିସର ସଂଯୁକ୍ତା ମିଶ୍ର, ମମତା ଯୋଜନାର ଜିଲ୍ଲା ସଂଯୋଜକ ମନୋରଞ୍ଜନ ଦାସ, ମିଶନଶକ୍ତିର ଜିଲ୍ଲା ପ୍ରକଳ୍ପ ପରିଚାଳକ କୈଳାସ ଚନ୍ଦ୍ର ସେନାପତି, ଅନିତା ବେହେରା, ଶୁଭେନ୍ଦୁ ଦାସ, ଅନିତା ସିଂହଙ୍କ ସମେତ ଜିଲ୍ଲାର ୯ଟି ବ୍ଲକର ସିଡିପିଓ ମାନେ ଉପସ୍ଥିତ ଥିଲେ । ବୈଠକରେ ମମତା, ମିଶନଶକ୍ତି, ପୋଷଣ, ବାଲ୍ୟ ବିବାହ, ଅଙ୍ଗନୱାଡି କେନ୍ଦ୍ର, ମହିଳା ସଶକ୍ତିକରଣ ପ୍ରଭୃତି ଯୋଜନାର କାର୍ଯ୍ୟକାରିତା ଉପରେ ସମୀକ୍ଷା କରାଯାଇ ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ