ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ପଦୋନ୍ନତି

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ୨୦୧୫ରୁ ଅବସ୍ଥାପିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ,ଓ.ଆଇ.ଏସ.(୧)ଙ୍କର ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦେଶକ ଭାବେ ପଦୋନ୍ନତି ପରେ କେନ୍ଦ୍ରାପଡାରେ ପରବର୍ତ୍ତି ନିଯୁକ୍ତି ପର୍ଯ୍ୟନ୍ତ ଅବସ୍ଥାପିତ ହୋଇଛନ୍ତି । ଶ୍ରୀ ନାୟକ ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ନିକଟରେ ଉପନିର୍ଦେଶକ ଭାବେ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଶ୍ରୀ ନାୟକଙ୍କ ୩୩ବର୍ଷ କାର୍ଯ୍ୟକାଳ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ବଲାଙ୍ଗିର,ସୁବର୍ଣ୍ଣପୁର,ଭଦ୍ରକ,ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ସୂଚାରୂ ରୂପେ କାର୍ଯ୍ୟ କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ହିନ୍ଦୋଳ,ନୀଳଗିରି,କଟକର ପଢିହାରୀ ପାଠାଗାର ଓ ଆଠଗଡ ଠାରେ କାର୍ଯ୍ୟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ