ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ

ପାରଳାଖେମୁଣ୍ଡି,(ଯୁଗାବ୍ଦ ନ୍ୟୁଜ୍‌):ଗଜପତି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଶୁକ୍ରବାର  ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗଜପତି  ଜିଲ୍ଲାପାଳ ଅନୁପମ ଶାହା,ଯୋଗଦେଇ ସମସ୍ୟା ସଂମ୍ପର୍କରେ  ଆଲୋଚନା କରିଥିଲେ । ଏଥିସହ ଅଭିଯୋଗ ଶୁଣାଣିରେ ସମୁଦାୟ ୧୧୪ ଟି ଅଭିଯୋଗର ଶୁଣାଣୀ ମଧ୍ୟରୁ ମଧ୍ୟରୁ ରୋଗ ଶୋକରେ ପିଡିତ ୬ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ  ରିଲିଫ ପାଣ୍ଠିରୁ ୪୩ ହଜାର ଟଙ୍କା ଓ ରେଡକ୍ରସ ପାଣ୍ଠିରୁ ୫ ଜଣଙ୍କୁ ୧୭ ହଜାର ଟଙ୍କାର ସହାୟତା ପ୍ରଦାନ କରିଥିଲେ । ଏଥିସହ ଅନ୍ୟ ୩୦ ଗୋଟି ସମସ୍ୟାର ସମାଧାନ ହୋଇଥିଲା । ଏହି ଅଭିଯୋଗ ଶୁଣାଣିରେ ଆରକ୍ଷୀ ଅଧିକ୍ଷକ  ସାରା ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଜ୍ଞାନ  ରଂଜନ ଭଂଜଦେଓ ,ଉପଜିଲ୍ଲାପାଳ ଶ୍ରୀ ସଂଗ୍ରାମ ପଣ୍ଡା, ସମେତ ବହୁ  ସ୍ଥାନୀୟ ପ୍ରତିନିଧି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ