ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :-ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଜଉଗଡ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜିର ଏହି ଅଭିଯୋଗ ଶୁଣାଣୀରେ ସମୁଦାୟ ୪୪୮ ଗୋଟି ଆବେଦନର ଶୁଣାଣୀ କରିଥିଲେ । ତନ୍ମଧ୍ୟରୁ ପେନସନ୍ ବାବଦକୁ ୧୫, ସ୍ବାସ୍ଥ୍ୟଗତ ୧ ଗୋଟି , ପ୍ରମାଣ ପତ୍ର ବାବଦକୁ ୬୨ ଗୋଟି, ଜୀବନଜୀବୀକା ବାବଦକୁ ୩ ଗୋଟି, ଡି. ଆର୍. ଆଇ. ଋଣ ବାବଦକୁ ୪୫ ଗୋଟି, ଶିକ୍ଷା ସମ୍ପର୍କିତ ୪ ଗୋଟି, ପିଡିଏସ୍ ବାବଦକୁ ୩୦୯ ଗୋଟି, ଉପକରଣ ବାବଦକୁ ୧୧୭ ଟି, ସରକାରୀ ସହାୟତା ବାବଦକୁ ୩ ଗୋଟି ଓ ଅନ୍ୟାନ୍ୟ ସମସ୍ୟା ବାବଦକୁ ୮ ଟି ଆବେଦନ ଗ୍ରହଣ କରାଯାଇଥିଲା । ତନ୍ମଧ୍ୟରୁ ୨୨ ଜଣଙ୍କୁ ଉପକରଣ ଯୋଗାଇ ଦିଆଯାଇଥିବା ବେଳେ ୩୨୭ ଗୋଟି ଆବେଦନର ଫୈସଲା ହୋଇଯାଇଛି । ପରବର୍ତ୍ତି ପର୍ଯ୍ୟାୟରେ ବଳକା ରହିଥିବା ୯୫ ଗୋଟି ଆବେଦନର ଶୁଣାଣୀ ନିମନ୍ତେ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ପ୍ରେରଣ କରାଯାଇ ଏହାର ତୁରନ୍ତ ସମାଧାନ କରିବା ଦିଗରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଆଜିର ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦା ନନ୍ଦ ନାୟକ, ଛତ୍ରପୁର ଉପଜିଲ୍ଲାପାଳ ନୀଳ ମାଧବ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏଥି ସହିତ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।