ଜିଲ୍ଲା ସ୍ତରୀୟ ଓଡିଆ ସପ୍ତାହ ଦିବସ ମହା ସମାରୋହରେ ପାଳିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଜିଲ୍ଲା ସ୍ତରୀୟ ଓଡିଆ ସପ୍ତାହ ଦିବସ ଛତ୍ରପୁର ସ୍ଥିତ ସଂସ୍କୃତି ଭବନ ଠାରେ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପାଳିତ ହୋଇଯାଇଛି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ମାନଙ୍କରେ ଓଡିଆ ଭାଷାର ପ୍ରଚାର ଓ ପ୍ରସାର ସକାଶେ ଅଧିକାରୀ ଏବଂ କର୍ମଚାରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥି୍ଲା । ସେହି କାର୍ଯ୍ୟାଳୟରେ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ସଂପୃକ୍ତ କାର୍ଯ୍ୟାଳୟରେ ପୁରସ୍କୃତ କରାଯାଇଥିଲା । ସେହିଠାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଅଧିକାରୀ ଏବଂ କର୍ମଚାରୀ ଗଣ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଯେଉଁ ମାନେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାରେ କୃତୀତ୍ବ ହାସଲ କରିଥିଲେ ସେହି ପ୍ରତିଯୋଗୀ ମାନଙ୍କୁ ଜିଲ୍ଲା ସଂସ୍କୃତି ଭବନ ଛତ୍ରପୁର ଠାରେ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ସ୍ତରୀୟ ଓଡିଆ ସପ୍ତାହ ପାଳନ ଅବସରରେ ଗୁରୁବାର ଦିନ ଜଉଗଡ ସମ୍ମିଳନୀ କକ୍ଷଠାରେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡଃ ଇମତିହା ଶାହା ବିଚାରକ ଦାୟୀତ୍ବ ନିର୍ବାହ କରିଥିଲେ । ଜିଲ୍ଲା ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ପୁରୁଷୋତ୍ତମ ପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଏସ୍. ଆଇ.ଏସ୍ ପ୍ରୋଗ୍ରାମର ରାଜୀବ କୁମାର ନାୟକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, କବିସୂର୍ଯ୍ୟ ନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟର କନିଷ୍ଠ ରାଜସ୍ବ ସହାୟିକା ରୂପଶ୍ରୀ ପାଢୀ ଦ୍ବିତୀୟ ଏବଂ ଛତ୍ରପୁର ଜିଲ୍ଲା ପାଠାଗାରର ପରିଚାରକ ସ୍ବର୍ଣ୍ଣପ୍ରଭା ନାୟକ ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ବକ୍ତୃତା ପ୍ରତିଯୋଗିତାରେ ଗୋପାଳପୁର ପରିମଳ ବିଭାଗ ଅଧିକାରୀ ପ୍ରଭାତି ସାସମଲ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦକ୍ଷିଣାଞ୍ଚଳ ଭୂତତ୍ବ ବିଭାଗ ବ୍ରହ୍ମପୁରର ରେଖାନୁରେଖ ମନ୍ମଥ ନାୟକ ଦ୍ବିତୀୟ ସ୍ଥାନ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅର୍ଥନୀତିକ ବିଶ୍ବ ମୋହନ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ମାନଙ୍କ ଦ୍ବାରା ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ସେହି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ବକ୍ତୃତା ବିଚାରକ ଭାବେ ଛତ୍ରପୁର ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷା ସୁମୀତା ମିଶ୍ର, ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ର ସହକାରୀ ଅଧ୍ୟାପିକା ଡଃ ସୁରଚିତା ପଟ୍ଟନାୟକ ଏବଂ ସମାଜସେବୀ ଅରୁଣ କୁମାର ଶତପଥୀ ବିଚାରକ ଭାବେ ଦାୟୀତ୍ବ ଗ୍ରହଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଥିଲା । ସଂସ୍କୃତି ବିଭାଗର ଆନନ୍ଦ କୁମାର ରାଉତ, କେଶବ ବେହେରା, ଶେଖର କୁମାର ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ