ମା ପାଟଖଣ୍ଡା ଦୁର୍ଗା ପୁଜା ସମିତିର ନୁତନ ସମ୍ପାଦକ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ମା ପାଟଖଣ୍ଡା ଦୁର୍ଗା ପୁଜା ସମିତିର ନୁତନ ସମ୍ପାଦକ ଭାବେ ଭଗବତୀ ପ୍ରସାଦ ସାବତ(ଜିତୁ) ଭାବେ ଦ୍ୱାୟୀତ୍ୱ ଗ୍ରହଣ କରିଛନ୍ତି ।ସେ ଆଗରୁ ସମିତିର ଯୁଗ୍ମସମ୍ପାଦକ ଭାବେ ଦାୟୀତ୍ୱ ତୁଲାଇଆସୁଥିଲେ । ପୁର୍ବତନ ସମ୍ପାଦକ ଟୀ ଶ୍ରୀନିବାସ ରାଓ ଏହି ପଦବୀରୁ ଇସ୍ତଫା ଦେବା ପରେ ଏକ ଜରୁରୀ କାଳିନ ବୈଠକ ଡାକି ସମିତିରେ ଇସ୍ତଫାପତ୍ରକୁ ଗୃହିତ କରି ସମିତିର ନିୟମାନୁଯାୟୀ ସମସ୍ତସଦସ୍ୟଙ୍କ ଉପସ୍ଥିତିରେ ସଭାପତି ଲୋକନାଥ ପାଢୀ ଯୁଗ୍ମ ସମ୍ପାଦକ ଭଗବତୀ ପ୍ରସାଦଙ୍କୁ ମା ପାଟଖଣ୍ଡା ଦୁର୍ଗା ପୁଜା ସମିତିର ସମ୍ପାଦକ ଭାବେ ନାମକୁ ଘୋଷଣା କରିଛନ୍ତି । ସମିତି ଦ୍ୱାରା ଆସନ୍ତା ୨୩ ତାରିଖରୁ ଠାକୁରାଣୀ ଯାତ୍ରା ୨୧ଦିନଧରି କରାଯିବ । ନୁତନ ସମ୍ପାଦକ କହିଛନ୍ତି ଯେ ଏହି ଦ୍ୱାୟୀତ୍ୱକୁ ମୁଁ ସୁଚାରୁରୁପେ ତୁଲାଇବାକୁ ଚେଷ୍ଟା କରିବି ଓ ସମିତିଦ୍ୱାରା ହେବାକୁ ଥିବା ଠାକୁରାଣିଯାତ୍ରା ସୁଚାରୁ ରୁପେ ପରିଚାଳିତ ହେବ ତାରି ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ।


