ଜିଲ୍ଲା ସ୍ତରୀୟ କ୍ରିଡା ପ୍ରତିଯୋଗୀତା ଉଦଯାପିତ

ରାଇକିଆ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସୁଗୁଡବାଡି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଜିଲ୍ଲାସ୍ତରୀୟ କ୍ରିଡା ପ୍ରତିଯୋଗୀତା ୨୦୨୩ ସୋମବାର ଉଦଯାପିତ ହୋଇଯାଇଅଛି । ଜିଲ୍ଲାର ବିଭିନ୍ନ ବ୍ଲକ୍ ର ବିଦ୍ୟାଳୟ ମାନଙ୍କ ରୁ ୧୭ବର୍ଷରୁ କମ ବର୍ଗର ଛାତ୍ରୀ ଏବଂ ଛାତ୍ର ମାନେ ଭଲିବଲ, ବିଚ ଭଲିବଲ , ହକି ଏବଂ ବାସ୍କେଟ ବଲ ଖେଳରେ ଭାଗ ନେଇ ଥିଲେ । ବିଭିନ୍ନ ବର୍ଗ ରୁ ଶ୍ରେଷ୍ଠ ଖେଳାଳି ଙ୍କୁ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ପାଇଁ ଚୟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇକିଆ ବ୍ଲକ ଶିକ୍ଷାଧିକାରୀ ହାଡିବନ୍ଧୁ ବେହେରା , ସଂମ୍ମାନିତ ଅତିଥି ଭାବେ ସୁଗୁଡବାଡି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଜୟ କୁମାର ପ୍ରଧାନ , ସୁଗୁଡବାଡି ସରପଞ୍ଚ ସୁରଞ୍ଜନ ପ୍ରଧାନ, ଅମିତ କୁମାର ମଲ୍ଲିକ , ରାଇକିଆ ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ରାଇକିଆ ବିଦ୍ୟାଳୟ କ୍ରିଡା ସଂଘ ଉପସଭାପତି ସୀମାଦ୍ରି କହଁର, କନ୍ଧମାଳ ଜିଲ୍ଲା ସ୍କୁଲ ସମୂହ କ୍ରିଡା ନିରିକ୍ଷକ ତଥା ସଂପାଦକ ରଙ୍କନିଧି ବେହେରା ଯୋଗଦେଇଥିଲେ । କ୍ରିଡାଶିକ୍ଷକ ରଶ୍ମି ରଞ୍ଜନ ତ୍ରିପାଠୀ, ସଂଜୀବ କୁମାର ବେହେରା, ଗୌର ଚନ୍ଦ୍ର ମହାନ୍ତି, ପ୍ରଶାନ୍ତ କୁମାର ବେହେରା, ବିଭୁତିଭୂଷଣ ବେହେରା, କିଶୋର ଚନ୍ଦ୍ର ମଲ୍ଲିକ, ରାକେଶ ବିଶୋଇ, ଓମ ନାରାୟଣ ମିଶ୍ର , ପ୍ରିୟବ୍ରତ ତ୍ରିପାଠୀ , ସୁଧାଂଶୁ ବେହେରା, ପ୍ରଦୀପ ସାହୁ ଏବଂ ଧୀରେଶ ପାଣିଗ୍ରାହୀ ଖେଳ ପରିଚାଳନା କରିଥିଲେ । କ୍ରିଡାଶିକ୍ଷକ ଶୈଳେନ୍ଦ୍ର ଦିଗାଳ, କ୍ରିଡା ଶିକ୍ଷୟତ୍ରୀ ରେଣୁବାଳା ପ୍ରଧାନ, ସେବତୀ ପ୍ରଧାନ, ଶ୍ରୀଛନ୍ଦା ପ୍ରଧାନ, ସବିତା ପ୍ରଧାନ, ବିଜୟା କୁମାରୀ କାନ୍ଦୁଲୁନା, ସ୍ମିତା ଭୋଇ ଏବଂ ଅନ୍ୟ କ୍ରିଡା ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ