ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି ପାଳିତ
ଛତ୍ରପୁର, ଛତ୍ରପୁର, (ଦେବଦତ୍ତ ମହାରଣା) : ଜାତିର ଜନକ ମହାତ୍ମା ଗାନ୍ଧିଜୀଙ୍କ ୧୫୨ତମ ଓ ଶାନ୍ତିର ଦୂତ ଲାଲ୍ ବାହାଦୂର ଶାସ୍ତ୍ରୀଜୀଙ୍କ ୧୧୭ତମ ଜିଲ୍ଲା ସ୍ତରୀୟ ଜୟନ୍ତୀ ଉତ୍ସବ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଶନିବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୋଭିଡ୍ ନିୟମ ଅନୁପାଳନ କରି ପାଳିତ ହୋଇଯାଇଛି । ଏହି ଉତ୍ସବରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଜାତିର ପିତା ମହାତ୍ମା ଗାନ୍ଧିଜୀ ଏବଂ ଶାନ୍ତିର ଦୂତ ଲାଲ୍ ବାହାଦୂର ଶାସ୍ତ୍ରୀଜୀ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଗାନ୍ଧିଜୀଙ୍କ ପ୍ରୀୟ ଭଜନ ବୈଷ୍ଣବ ଜନତେ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଲୀନା କୁମାରୀ ଖେସ୍, ଛତ୍ରପୁର ଉପଜିଲ୍ଲାପାଳ ପ୍ରୀୟ ରଞ୍ଜନ ପୃଷ୍ଟି, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ସହରର ସମସ୍ତ ସାମ୍ବାଦିକ, କର୍ମଚାରୀଗଣ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


