ଜିଲ୍ଲା ସ୍ତରୀୟ ଜନରାଜ୍ୟ ଦିବସ ଉପଲକ୍ଷେ କବିତା ପାଠୋତ୍ସବ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ଜନରାଜ୍ୟ ଦିବସ ପାଳନ ଉପଲକ୍ଷେ ଛତ୍ରପୁର ସ୍ଥିତ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଜଉଗଡ ସମ୍ମିଳନୀ କକ୍ଷ ଠାରେ ବହୁଭାଷୀ କବିତା ପାଠୋତ୍ସବ ଅନୁଷ୍ଠିତ ହେବ । ଏହି କବିତା ପାଠୋତ୍ସବ ରେ ଦେଶାତ୍ମବୋଧ କବିତା (ଏକ ପୃଷ୍ଠା) ପାଠ କରି ପାରିବେ । କବିତା ପାଠୋତ୍ସବ ରେ ଅଂଶ ଗ୍ରହଣ କରୁଥିବା କବି ଓ କବୟତ୍ରୀ ଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯିବ ।ଅପରାହ୍ନ ଘ.୩.୩୦ ସମୟରେ ଛତ୍ରପୁର ଖେଳ ପଡିଆ ଠାରେ ସାମ୍ବାଦିକ ଏକାଦଶ ଏବଂ ପ୍ରଶାସନ ଏକାଦଶଙ୍କ ମଧ୍ୟରେ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ ମ୍ଯାଚ ଅନୁଷ୍ଠିତ ହେବ । ସନ୍ଧ୍ଯା ଘ.୬.୦୦ ସମୟରେ ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କ ଦ୍ଵାରା ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ସମସ୍ତ କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ଯୋଗଦେବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଉଛି ।