ଜିଲ୍ଲା ସ୍ତରୀୟ ଜନରାଜ୍ୟ ଦିବସ ଉପଲକ୍ଷେ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ଜନରାଜ୍ୟ ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ସ୍ତରରେ ଓଡିଆ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର‌୍ୟ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ବିଦ୍ୟାଳୟ, ମଧ୍ୟ ଇରାଜୀ ବିଦ୍ୟାଳୟ, ଉଚ୍ଚବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ଓଡିଆ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାର ବିଚାରକ ଭାବେ ସଙ୍ଗୀତଜ୍ଞ ରତ୍ନାକର ମହାରଣା, ସଙ୍ଗୀତଜ୍ଞ କାଳୁ ଚରଣ ମହାରଣା ଏବଂ ସଙ୍ଗୀତଜ୍ଞ ଚୁନ୍ନି ବେହେରା ଯୋଗ ଦେଇଥିଲେ । ଓଡିଆ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତା ପ୍ରାଥମିକ ସ୍ତରରେ ଅନନ୍ୟା ପଣ୍ଡା କେନ୍ଦ୍ରୀୟ ବିଦ୍ୟାଳୟ, ଛତ୍ରପୁର ପ୍ରଥମ ସ୍ଥାନ, ତନିସା ନାୟକ, ପୁତି ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଛତ୍ରପୁର ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଆୟୁଧା ଜେନା, ଦି ନିୟୁ ଏଜ୍ ୟୁରୋ ସ୍କୁଲ, ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ମଧ୍ୟ ଇଂରାଜୀ ସ୍ତରୀୟ ଓଡିଆ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତାରେ ସୋନାଲି ପ୍ରଧାନ, ଓଡିଶା ଆଦର୍ଶ ବିଦ୍ୟାଳୟ ଚମାଖଣ୍ଡି ପ୍ରଥମ ସ୍ଥାନ, ପ୍ରବୀନ କୁମାର ପଲେଇ, କାର୍ମେଲ ସିନିୟର ସେକେଣ୍ଡାରୀ ସ୍କୁଲ,ଛତ୍ରପୁର ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ ନିବେଦୀତା ସ୍ବାଇଁ, କେନ୍ଦ୍ରୀୟ ବିଦ୍ୟାଳୟ ଛତ୍ରପୁର ତୃତୀୟ ସ୍ଥାନ ହାସଲ କରିଛନ୍ତି । ଉଚ୍ଚ ବିଦ୍ୟାଳୟ ସ୍ତରରେ ସମ୍ବିତ୍ କୁମାର ରଥ, ଅନସ୍ଲୋ ସରକାରୀ ବିଦ୍ୟାଳୟ, ଛତ୍ରପୁର ପ୍ରଥମ ସ୍ଥାନ, ଇପ୍ସିତା ବେହେରା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଛତ୍ରପୁର ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ ଆୟୁସ୍ମିତା ପରିଡା, ଦ ନିୟୁ ଏଜ୍ ୟୁରୋ ସ୍କୁଲ ଛତ୍ରପୁର ଓ ସାହିଲ କୁମାର ପାତ୍ର ଜ୍ଞାନ ବିକାଶ ଆବାସିକ ବିଦ୍ୟାଳୟ ଗୋବିନ୍ଦପୁର ଯୁଗ୍ମ ଭାବେ ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ମହାବିଦ୍ୟାଳୟ ସ୍ତରରେ ଜସ୍ମିନ୍ ସାମନ୍ତରାୟ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଛତ୍ରପୁର ପ୍ରଥମ ସ୍ଥାନ, ପ୍ରିୟାଂଶୁ ଶୁଭଦର୍ଶନୀ, ଜ୍ଞାନ ବିକାଶ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ, ଗୋବିନ୍ଦପୁର ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ ଆଲଫା ଇପ୍ସିତା, କାର୍ମେଲ କନଭେଣ୍ଟ ସ୍କୁଲ, ଛତ୍ରପୁର ଏବଂ ଅର୍ଚ୍ଚିତା କୁମାରୀ ଜେନା ଜ୍ଞାନ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋବିନ୍ଦପୁର ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସମସ୍ତ କାର‌୍ୟ୍ୟକ୍ରମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର‌୍ୟ୍ୟାଳୟର ସମସ୍ତ କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳିତ ହୋଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ