ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ
ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲା ରାଇରଂଗପୁରସ୍ଥିତ ସ୍ଥାନୀୟ ଷ୍ଟାଡିୟମରେ ବୁଧବାର ଦିନ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାମନଘାଟି ଉପଖଣ୍ଡ , ରାଇରଙ୍ଗପୁର ଏବଂ ପଞ୍ଚପୀଢ ଉପଖଣ୍ଡ, କରଂଜିଆ ର ୧୨ ଟି ବ୍ଲକ ଏବଂ ରାଇରଙ୍ଗପୁର ମୁନସିପାଲଟି,ଓ କରଂଜିଆ ଏନଏସିର ୧୮୨୭ ଜଣ ଯୁବକ ଓ ଯୁବତୀ ନିଯୁକ୍ତି ପାଇଁ ନାମ ପଂଜୀକରଣ କରିଥିଲେ । କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ରାଇରଙ୍ଗପୁର ଆଦିବାସୀ ସମନ୍ଵିତ ପ୍ରକଳ୍ପ ପ୍ରଶାସକ ଅନନ୍ତ ନାରାୟଣ ସିଂ ଲାଗୁରୀ , ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା, କରଂଜିଆ ଉପଜିଲ୍ଲାପାଳ ଦୁଖବଂଧୁ ନାଏକ, ରାଇରଙ୍ଗପୁର ବିଡିଓ ରୀତା ଡାଙ୍ଗ ରାଇରଙ୍ଗପୁର ତହସିଲଦାର ଯୋଗରଂଜନନାୟକ, ଏବଂ ବିଭିନ୍ନ ବ୍ଲକର ବିଡିଓ ଓ ତହସିଲଦାର ପ୍ରଦୀପ ପ୍ରଜ୍ବଳନ କରି ଏହି ମେଳାର ଶୁଭ ଉଦ୍ଘାଟନ କରିଥିଲେ । ଅତିଥି ଗଣ ସାରା ବିଶ୍ବରେ ବେକାରୀ ସମସ୍ୟା ଉତ୍କଟ ।ଯୁବକ,ଯୁବତୀଙ୍କୁ ପ୍ରତିଦ୍ବନ୍ଦିତା କରିବାକୁ ପଡ଼ିବ । ସରକାରୀ ଚାକିରୀ ପଛରେ ନ ଗୋଡ଼ାଇ ସମୟ ଅପଚୟ ନ କରି ଜୀବନ ଜୀବିକା ପାଇଁ ସଂଘର୍ଷ କରି ତିଷ୍ଠି ରହିବାକୁ ପଡିବ । ନହେଲେ ହାରିଯିବ ବୋଲି ଅତିଥି ଗଣ ବକ୍ତବ୍ୟରେ କହିଥିଲେ ।ଆଜି ଭାରତ ବନ୍ଦ । ଚକ ଓ ଅଖ ସବୁ ଠପ୍। ସାରା ଭାରତରେ ବେକାରୀ ସମସ୍ୟା ଉତ୍କଟ । ବେକାରୀ ଯନ୍ତ୍ରଣାରୁ ମୁକ୍ତ ହେବା, ପରିବାରକୁ ବୋଝ ନ ହେବା,ନିଜକୁ କର୍ମ କ୍ଷେତ୍ରରେ ଯୋଡି ହେବା ପାଇଁ ଉଚ୍ଚ ଶିକ୍ଷିତ ଯୁବକ ଯବତୀ ବହୁ ଦୂରଦୂରାନ୍ତରୁ ଦୁର୍ଗମ ଅଂଚଳରୁ ବହୁ ଘାତ ପ୍ରତିଘାତ ସହି ନିଯୁକ୍ତି ମେଳାରେ ନିଜ ନାମ ପଂଜୀକରଣ କରିଥିଲେ ।ଏହି ନିଯୁକ୍ତି ମେଳାରେ ୧୭ ଟି ନିଯୁକ୍ତି ଦାତା କମ୍ପାନୀ ଅଂଶ ଗ୍ରହଣ କରିଥିଲେ । ଏୟାର ଫୋର୍ସ ଏବଂ ଭାରତୀୟ ଆର୍ମୀ ସଂସ୍ଥା ମଧ୍ୟ ଯୋଗ ଦେଇଥିଲେ ସେମାନେ ୮୫୬ ଜଣଙ୍କୁ ପ୍ରୋଭିଜିନାଲି ଚୟନ କରିଥିଲେ ।୧୩ ଟି ପ୍ରକଳ୍ପ କାର୍ୟ୍ୟ କାରିଣୀ ସଂସ୍ଥା ଯୋଗ ଦେଇଥିଲେ ।ସେମାନେ୭୩୦ ଜଣଙ୍କୁ ପ୍ରୋଭିଜିନାଲ ଚୟନ କରିଥିଲେ । କାର୍ୟ୍ୟକ୍ରମକୁ ଜିଲ୍ଲା କର୍ମନିଯୁକ୍ତି ଅଧିକାରୀ ବିଜୟ ପାତ୍ର ଏବଂ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ପରିଚାଳନା ରେ ସହଯୋଗ କରିଥିଲେ ।ଭାରତ ବନ୍ଦ ପାଇଁ ବହୁ ଗରୀବ ପିଲାମାନେ ଏହି ନିଯୁକ୍ତି ମେଳାରେ ଅଂଶ ଗ୍ରହଣ କରି ନପାରି ଅସନ୍ତୋଷ ପ୍ରକାଶ କରିଥିଲେ ।