ଜିଲ୍ଲା ସ୍ତରୀୟ ନୁଆଁ ଖାଇ ଭେଟଘାଟ – ୨୦୨୩
ଛତ୍ରପୁର, (ଦେବଦତ୍ତ ମହାରଣା) :ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୁଆଁ ଖାଇ କୁ ସମଗ୍ର ଓଡ଼ିଶାରେ ଧୂମଧାମ ରେ ପାଳନ କରାଯାଉଥିବା ବେଳେ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭଵନ ଠାରେ ଗଞ୍ଜାମ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀ ରାଧାକୃଷ୍ଣ ରାମଙ୍କ ପୌରହିତ ରେ ଜିଲ୍ଲାସ୍ତରୀୟ ନୁଆଁ ଖାଇ ଭେଟ ଘାଟ -୨୦୨୩ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ,ଓଡିଶା ସଂଗୀତ ନାଟକ ଏକାଡେମୀର ପୂର୍ବତନ ସଚିବ ଡ଼ଃ . ପ୍ରତାପ କୁମାର ସାହାଣୀ ପ୍ରମୁଖ ଯୋଗ ଦେଇ ନୂଆଖାଇ ପର୍ବ କୁ ନେଇ ନିଜ ନିଜର ସୁଚିନ୍ତିତ ମତ ପ୍ରକାଶ କରିଥିଲେ l ଏହି ଅବସରରେ ବ୍ରହ୍ମପୁର ର ଆଙ୍ଘର ନୃତ୍ୟୟନା,ଛତ୍ରପୁର ର ସାଇ ଶ୍ରୀ ନୃତ୍ୟ ଏକାଡେମୀ, ଛତ୍ରପୁରର ପ୍ରଗତି କଳାକେନ୍ଦ୍ର, କଳାବିକାଶ କେନ୍ଦ୍ର, ଡିଏସଆର ଡ୍ୟାନ୍ସ ଏକାଡେମୀ, ବ୍ରହ୍ମପୁରର ଓଡିଶୀ ନୃତ୍ୟାୟନ, ଛତ୍ରପୁର କଳା ବିକାଶ କେନ୍ଦ୍ର,ଆର୍ଯ୍ୟନ ଡ୍ୟାନ୍ସ ଏକାଡେମୀ,ପ୍ରଗତି କଳା କେନ୍ଦ୍ର, ଜୟ ଗଣେଶ କଳା କେନ୍ଦ୍ର ଓ ଡ୍ରିମ ଡ୍ୟାନ୍ସ ଏକାଡେମୀ ର କଳାକାର ମାନଙ୍କ ଦ୍ୱାରା ନୂଆ ଧାନ ଦେଇ ଯୋଡ଼ା ହାତେ ଗୁହାରି କରୁଛି ତୋତେ, ମା ସମଲେଇ ଓ ରଙ୍ଗବତୀ ଭଳି ବିଭିନ୍ନ ସମ୍ବଲପୁରୀ ନୃତ୍ୟ ଡ୍ୟାନ୍ସ ପରିବେଷିତ ହୋଇଥିଲା I କାର୍ଯ୍ୟକ୍ରମ କୁ ସ୍ବେଛାସେବୀ ଅରୁଣ କୁମାର ଶତପଥି ସଂଯୋଜନା କରିଥିବା ବେଳେ ସମ୍ବଲପୁରୀ ଭାଷା ରେ ଶିକ୍ଷକ ତୁଳସୀରାମ ମେହର ମଧ୍ୟ ସଂଯୋଜନା କରିଥିଲେ l


