ତ୍ରିପାକ୍ଷୀକ ଆଲୋଚନା ବୈଠକ ପରେ ଚାଲିଥିବା ଶ୍ରମିକ ଆନ୍ଦୋଳନ ସ୍ଥଗିତ ରହିଲା

ଛତ୍ରପୁର, (ଦେବଦତ୍ତ ମହାରଣା):ଗଂଜାମ ଜିଲ୍ଲା ଛତ୍ରପୁର ନିିକଟ ଟିଟାନିୟମ ସରାଫ କମ୍ପାନିରେ କାର୍ଯ୍ୟରତ ୧୭୭ ସ୍ଥାୟୀ କର୍ମଚାରୀଙ୍କ ୩ ମାସର ବକେୟା ଦରମା ପ୍ରଦାନ ଦାବୀ ନେଇ ଟିଟାନିୟମ ଭୂ-ବିସ୍ଥାପିତ କଲ୍ୟାଣ ସମିତି ପକ୍ଷରୁ ସଭାପତି ଏସ୍‌. ଚକ୍ରପାଣି ରେଡ୍ଡୀଙ୍କ ନେତୃତ୍ୱରେ ଶ୍ରମିକମାନେ କମ୍ପାନି ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଜାରି ରଖିଥିଲେ ।ଏହି ନେଇ ଅଜି ଛତ୍ରପୁର ସ୍ଥିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପରିସରରେ ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ବି.ହୃଷିକେଶ ରାଓଙ୍କ ଅଧ୍ୟକ୍ଷତାରେ କମ୍ପାନୀ କର୍ତ୍ତୃପକ୍ଷ, ଶ୍ରମିକ ଏବଂ ପ୍ରଶାସନର ତ୍ରିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲ।। ଆସନ୍ତା ୧୬ତାରିଖ ସୁଦ୍ଧା ସ୍ଥାୟୀ କର୍ମଚାରୀଙ୍କ ବକେୟା ୩ ମାସର ଦରମା ଦେବାକୁ କମ୍ପାନି କର୍ତ୍ତୃପକ୍ଷ ରାଜି ହୋଇଥିଲେ । ଏହାର ଲିଖିତ ପ୍ରତିଶ୍ରୁତି କମ୍ପାନୀ କର୍ତ୍ତୃପକ୍ଷ ଦେବା ପରେ ଶ୍ରମିକ ମାନଙ୍କ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବା ଭୂ-ବିସ୍ଥାପିତ କଲ୍ୟାଣ ସମିତିର ସଭାପତି ଶ୍ରୀ ରେଡ୍ଡୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଆଲୋଚନା ବୈଠକରେ ଟିଟାନିୟମ୍ କମ୍ପାନିର ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ ଶର୍ମା, ଜିଏମ୍‌(ଏଚ୍‌ଆର୍‌)ଡ.େ ଯାଗେନ୍ଦ୍ର କୁମାର ନାୟକ, ସିନିଅର୍ ମ୍ୟାନଜର ଭାଗରିଥୀ ହୋତା, ଶ୍ରମ କାର୍ଯ୍ୟାଳୟର ଅଧିକାରୀ ଶ୍ରୀ ରାଓ , ଭୂ-ବିସ୍ଥାପିତ କଲ୍ୟାଣ ସମିତିର ଉପସଭାପତି ବି.ଭେଙ୍କଟ ରାବଣା,ସଂପାଦକ ଲକ୍ଷ୍ମୀନାରାୟଣ ମହାରଣା, ଆର୍‌.ଦଣ୍ଡପାଣି ରେଡ୍ଡୀ, ସିଏଚ୍‌.ଦାଶରଥୀ,ସୋମନାଥ ସାହୁ, ଏସ୍‌.ତ୍ରିନାଥ ରେଡ୍ଡୀ, ଓ ଯୁଧିଷ୍ଠିର ବେହେରାଙ୍କସମେତ ବହୁ ଶ୍ରମିକ ମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ