ଜିଲ୍ଲା ସ୍ତରୀୟ ବନାନୀ କବି ସମ୍ମେଳନ
କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଭବାନୀପୁର ଆମ୍ରକୁଞ୍ଜରେ କଳାହାଣ୍ଡି ଲେଖକ କଳା ପରିଷଦ ତରଫରୁ ଇଂରାଜୀ ନବବର୍ଷ-୨୪ ଅବସରରେ ଜିଲ୍ଲା ସ୍ତରୀୟ ‘ବନାନୀ କବି ସମ୍ମେଳନ’ଅନୁଷ୍ଠିତ ହୋଇଯାଇଛି | ଅମର କବି ଯୁଗଳ କିଶୋର ଯୋଷୀଙ୍କ ସ୍ମୃତିରେ ଅନୁଷ୍ଠିତ ଏଇ ସାରସ୍ୱତ ପର୍ବରେ ପରିଷଦର ସଭାପତି ଉମେଶ ଚନ୍ଦ୍ର ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ଉଦଘାଟକ ଭାବେ ବିଶିଷ୍ଟ ସାହିତ୍ୟିକ ରାସବିହାରୀ ବେହେରା, ମୁଖ୍ୟ ଅତିଥି ଭାବେ ରାଜ ଖଡ଼ିଆଳରୁ ସାହିତ୍ୟିକ ନୀଳଲୋହିତ ସିଂଦେବ ଓ ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ଜଗନ୍ନାଥ ମୁଣ୍ଡ ଯୋଗଦେଇଥିଲେ | ଗୁରୁ ନରେନ୍ଦ୍ର ପଣ୍ଡାଙ୍କ ତତ୍ୱାବଧାନରେ ପରିଷଦ ପରିଚାଳିତ ସଂଗୀତ ମହାବିଦ୍ୟାଳୟର ଶିଳ୍ପୀମାନେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ | ଗୀତିକାର ବଳଭଦ୍ର ମହାନ୍ତି, ଖଡ଼ିଆଳଙ୍କୁ ଚଳିତ ବର୍ଷର ‘ଯୁଗଳ କିଶୋର ଯୋଷୀଙ୍କ ସ୍ମୃତିରେ ‘ବନାନୀ କବି ସାମ୍ମନ-୨୪’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା |କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ଘୋଷିତ ଯୁବ ଗାଳ୍ପିକ ଦିଲେଶ୍ଵର ରଣାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା |କବି ଦୀପ୍ତି ମୁଣ୍ଡ ଓ କବି ଗୌରାଙ୍ଗ କୁମାର ସାହୁଙ୍କ ସଂଯୋଜନାରେ ଅବିଭକ୍ତ କଳାହାଣ୍ଡି-ନୂଆପଡା ଜିଲ୍ଲାର ୬୦ରୁ ଊର୍ଧ୍ୱ କବି ବନାନୀ କବିତାବୃତ୍ତି କରିଥିଲେ | ଅନୁଷ୍ଠାନର ବାର୍ଷିକ ସାହିତ୍ୟ ପତ୍ରିକା ‘ସାଗର’ ଓ ବଳଭଦ୍ର ମହାନ୍ତିଙ୍କ ‘ସଂସ୍କୃତିର ବିନ୍ଦୁ ବିସର୍ଗ’ଲୋକାର୍ପିତ ହୋଇଥିଲା |ବିରଞ୍ଚି ନାରାୟଣ ମୁଣ୍ଡ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସମ୍ପାଦକ ଭବନାଥ ରାୟଗୁରୁ ଉପ ସଭାପତି ସୁରେନ୍ଦ୍ର ପ୍ରସାଦ ନେଗୀ, କେଦାର ରାୟଗୁରୁ ,ଡ.ତପନ କୁମାର ରଥ,ଗୋପାଳ ସାହୁ,ଯୁଗ୍ମ ସମ୍ପାଦକ ସୌରଭ ମହାପାତ୍ର ପ୍ରମୁଖ ସହଯୋଗ କରିଥିବାବେଳେ ଡ.ଦାଶରଥି ଆଚାର୍ଯ୍ୟ,ସତ୍ୟ ନାରାୟଣ ମହାପାତ୍ର, ସ୍ବର୍ଣ୍ଣକାନ୍ତି ବୈକାର,ଅଶୋକ ପାତ୍ର ପ୍ରମୁଖ ବହୁ ସାରସ୍ୱତ ସାଧକ ଉପସ୍ଥିତ ଥିଲେ | କୋଷାଧ୍ୟକ୍ଷ ଭାଗିରଥି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ |


