ଜିଲ୍ଲା ସ୍ତରୀୟ ବସନ୍ତ ବିଶ୍ୱାଳ ସ୍ମୃତି କମିଟିର ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା,(ଚିତ୍ତରଞ୍ଜନ ଦାସ):ଆସନ୍ତା ୨୦ତାରିଖ ଗୁରୁବାର ପୂର୍ବାହ୍ନ ୧୦ଘଣ୍ଟା ସମୟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳଙ୍କ ୨୦ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ କାକଟ ଠାରେ ଅଧ୍ୟାପକ ଉମାକାନ୍ତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ମୃତି କମିଟିର କର୍ମକର୍ତ୍ତା ଚୟନ କରାଯାଇ ସର୍ବସମ୍ମତି କ୍ରମେ ସଭାପତି ଭାବେ ଫକୀର ଚରଣ ଖଟୁଆ, କାର୍ଯ୍ୟକାରୀ ସଭାପତି ଶରତ କୁମାର ବେହୁରା, ସମ୍ପାଦକ ମୁକ୍ତାର ଖାଁ, ସହ ସମ୍ପାଦକ ରମେଶ ଚନ୍ଦ୍ର ଦାସ, କୋଷାଧ୍ୟକ୍ଷ ସୁଶୀଲ କୁମାର ସାମଲ ଓ ମୁଖ୍ୟ ଉପଦେଷ୍ଟା ଭାବେ ଅଧ୍ୟାପକ ଉମାକାନ୍ତ ନାୟକଙ୍କୁ ମନୋନୀତ କରାଯାଇଥିଲା । ସ୍ୱର୍ଗତ ବିଶ୍ୱାଳଙ୍କ ୨୦ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ସଭା ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ବାସଭବନରେ ହେବାକୁ ସ୍ଥିର କରାଯାଇଥିଲା । ସେହି ଦିନ ସକାଳ ସାଢେ ୮ଟାରେ ନୂଆବସଷ୍ଟାଣ୍ଡସ୍ଥିତ ଶନିଘାଟରେ ତିଳୋତର୍ପଣ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ସ୍ୱର୍ଗତ ବିଶ୍ୱାଳଙ୍କ ଶ୍ରଦ୍ଧାଳୁମାନଙ୍କୁ ଯୋଗଦେବାକୁ ସ୍ମୃତି କମିଟି ପକ୍ଷରୁ ନିବେଦନ କରାଯାଇଛି । ପ୍ରସ୍ତୁତି ବୈଠକରେ ବିଧୁଭୂଷଣ ମହାପାତ୍ର, ବେଣୁଧର ସାହୁ, କୃଷ୍ଣପ୍ରସାଦ ଦାସ, ମହେନ୍ଦ୍ର କୁମାର ପରିଡା, ଅଶୋକ କୁମାର ମହାନ୍ତି ଓ ଗୋପାଳ ଚନ୍ଦ୍ର ମାହାଳିକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ