ଜିଲ୍ଲା ସ୍ତରୀୟ ବାଲିଯାତ୍ରା ମହୋତ୍ସବ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ବାଲିଯାତ୍ରା ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କମିଟି ସଭାପତି ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ସଞ୍ଜୟ କୁମାର ଜେନା ବାଲିଯାତ୍ରା ମହୋତ୍ସବ ନିମନ୍ତେ ନିଆଯାଇଥିବା ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ବୀବରଣୀ ଉପସ୍ଥାପନ କରିଥିଲେ । ବାଲିଯାତ୍ରା ମହୋତ୍ସବର ବିଭିନ୍ନ ଦିବସରେ ହେବାକୁଥିବା କାର୍ଯ୍ୟକ୍ରମ ସମ୍ପର୍କରେ କମିଟି ସଦସ୍ୟମାନେ ବିଷଦ ଭାବରେ ଆଲୋଚନା କରିଥିଲେ । ଚଳିତବର୍ଷ ବାଲିଯାତ୍ରା ମହୋତ୍ସବ ଏକ ବିରାଟ ଗଣ ପର୍ବରେ ରୁପାନ୍ତରିତ ହେବାର କାର୍ଯ୍ୟକ୍ରମ କରାଯାଇଛି । ୭ଦିନ ବ୍ୟାପି ହେବାକୁ ଥିବା ଏହି ମହୋତ୍ସବର ପ୍ରତ୍ୟେକଟି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସାହିତ୍ୟ ସଭା,ବୁଦ୍ଧିଜୀବି ସମ୍ମିଳନୀ,ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ଶିକ୍ଷା ଓ ବିଜ୍ଞାନ ସମ୍ପର୍କିତ ପ୍ରତିଯୋଗୀତା,ପୁରସ୍କାର ବୀତରଣ ସଭା,କବିତା ପାଠୋତ୍ସବ, ସମ୍ବର୍ଦ୍ଧନା ସଭା ଏବଂ “ସ୍ମୃତିର ବୋଇତ” ମହୋତ୍ସବର ମୁଖପତ୍ର ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ୬୦ରୁ ଉର୍ଦ୍ଧ୍ୱ ବିଭିନ୍ନ ଷ୍ଟଲ ସହିତ ମୀନାବଜାର, ରାମଦୋଳି ପ୍ରଭୃତି ମହୋତ୍ସବ ପଡିଆରେ ପଡିବାର ବ୍ୟବସ୍ଥା ରହିଛି । ଏଥିରେ ଏହି ବୈଠକରେ ଉପସଭାପତି ଧିରେନ୍ଦ୍ର କୁମାର ଦାସ, ଆଇନଜୀବି ଗଗନବିହାରି ଜେନା, ପତ୍ରିକା ସମ୍ପାଦକ ଶୁଭାଂଶୁ କୁମାର ଦାସ, ଡଃ.ନାରାୟଣ ପ୍ରସାଦ ଜେନା, ସତ୍ୟପ୍ରିୟ ଦାସ, ରାମକୃଷ୍ଣ ଦାଶ, କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ, ରମଣୀରଞ୍ଜନ ରାଉତରାୟ, ହାଡିବନ୍ଧୁ ସିଂ, ଗୁଲନଗର ସରପଂଚ ପୀତବାସ ବେହେରା, ଜଗଦିଶ ପତି, ଅଶୋକ କୁମାର ସାହୁ, ପଂଚାନନ ସାହୁ, ଟୁଟୁ ଗେରୁ, ଅନାଦି ସେଠୀ, ସେକ ତଫିକ, ସେକ ଚନ୍ଦନ, ରାଜୁ କୁବେର, ମହେଶ ପାଢୀ, କୈଳାସ ଗେରୁ, ମୃତ୍ୟୁଞ୍ଜୟ ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ