ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର
କୋରାପୁଟ,(ହେମନ୍ତ ପାଣଗ୍ରାହୀ):କୋରାପୁଟ ଜିଲ୍ଲା ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଜିଲ୍ଲାପାଳ ଶ୍ରୀ ୱି କୀର୍ତ୍ତି ଭାସନଙ୍କ ଦ୍ୱାରା ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରୋହିତ ବର୍ମା,ଜୟପୂର ଉପଜିଲ୍ଲାପାଳ କୁମାରି ଆକାବରମ୍ ଶସ୍ୟା ରେଡ୍ଡୀ, ଜିଲ୍ଲା ଚିକିତ୍ସା ଅଧିକାରୀ ରବି ନାରାୟଣ ମିଶ୍ର, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଜୟପୁର ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଅଭିଯୋଗ ଶୁଣାଣିରେ ୮ ଗୋଟି ଗୋଷ୍ଠିଗତ ଓ ୧୯ ଗୋଟି ବ୍ୟକ୍ତିଗତ ଭାବେ ସମୁଦାୟ ୨୭ ଗୋଟି ସମସ୍ୟାର ଅଭିଯୋଗ ଶୁଣାଣି ହୋଇଥିଲା। ଏଥିରେ ଜମିବାଡି ବିବାଦ, ପାନୀୟ ଜଳ, ସ୍ଵାସ୍ଥ୍ୟଗତ, ଜମି ବିବାଦ, ରାସ୍ତାଘାଟ, ଆଇନ ଜନିତ ମାମଲା ଓ ବଦଳି ସମସ୍ୟା ଇତ୍ୟାଦି ଓ ଆର୍ଥିକ ସହାୟତା ନିମନ୍ତେ ମଧ୍ୟ ଜିଲ୍ଲାପାଳଙ୍କୁ ସହାୟତା ନିମନ୍ତେ ଜଣାଇ ଥିଲେ। ପୁରୁଣା ବୋରିଗୁମ୍ମା ଗ୍ରାମବାସୀ ଚିଟ୍ ଫଣ୍ଡ ଠକେଇ ସମସ୍ୟା ନେଇ ୩ ବର୍ଷ ହେବ ଚିଟ ବାନ୍ଧି ଟଙ୍କା ଫେରସ୍ତ ପାଇ ନ ଥିବା ଜିଲ୍ଲାପାଳ ଙ୍କୁ ଜଣାଇ ଥିଲେ। ଜୟପୁର ସମାଜସେବୀ ସୁବାଷ ରାଉତ ଏକ କ୍ରିକେଟ ଖେଳ ପଡିଆ ନିମନ୍ତେ ମଧ୍ୟ ଅନୁରୋଧ କରି ଥିଲେ । ସେହି ପରି ଜୟପୁର ସଦର ମହକୁମା ଠାରେ ଡ୍ରାଇଭିଂ ପ୍ରଶିକ୍ଷଣ ତାଲିମ କେନ୍ଦ୍ର କରିବା ନିମନ୍ତେ ନୃସିଂହ ଚୌଧୁରୀ ବରିଷ୍ଠ ସାମ୍ବାଦିକ ଅନୁରୋଧ କରି ଥିଲେ ଏହି ପରି ବିଭିନ୍ନ ସମସ୍ୟା ଉପରେ ଆଜି ଅଭିଯୋଗ ଶୁଣାଣି ହୋଇଥିଲା । ଏହି କ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସମନ୍ଵିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ, ଜୟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର , ତହସିଲଦାର ଜୟପୁର ସବ୍ୟସାଚୀ ଜେନା, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌରପାଳିକା କୃତିବାସ ସାହୁ, ଜିଲ୍ଲା ଯୋଗାଣ ଅଧିକାରୀ ସର୍ବେଶ୍ଵର ନାୟକ, ଡିସିପିଓ ରାଜେଶ୍ଵରୀ ଦେବୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ ନାୟକ ଓ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।