ଜିଲ୍ଲା ସ୍ତରୀୟ ଯୋଗ ପ୍ରଶିକ୍ଷଣ ଶିବିର ଉଦଘାଟିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଏକ ଜିଲ୍ଲା ସ୍ତରୀୟ ତ୍ରୀଦିବସୀୟ ଯୋଗ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଉଦଘାଟିତ ହୋଇଯାଇଛି । ଦିବ୍ୟ ଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ଓ କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏବଂ ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଯୋଗ ପ୍ରଶିକ୍ଷଣ ଶିବିରରେ ଅତିଥି ଭାବେ ଆନନ୍ଦମାର୍ଗର ସନ୍ଥ ସ୍ୱାମୀ ବିକାଶ ନନ୍ଦଜୀ ମହାରାଜ, ୮ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ ଓ ପୂର୍ବତନ କପାଳେଶ୍ୱର ସରପଞ୍ଚ ଗାୟତ୍ରୀ ମହାନ୍ତି ପ୍ରମୁଖ ଯୋଗଦେଇ ଉପସ୍ଥିତ ପ୍ରଶିକ୍ଷାର୍ଥୀମାନଙ୍କୁ ଯୋଗର ଉପାଦେୟତା ସମ୍ପର୍କରେ ବିଭିନ୍ନ ପରାମର୍ଶ ଦେଇଥିଲେ । ୫୦ରୁ ଅଧିକ ପ୍ରଶିକ୍ଷାର୍ଥୀ ଯୋଗଦେଇଥିବା ଏହି ଶିବିରକୁ ଯୋଗଗୁରୁ ସଞ୍ଜୟ କୁମାର ମଥାନ ଏବଂ କୈଳାସ ରାଉତ ପ୍ରମୁଖ ପରିଚାଳନା କରିବା ସହିତ ଯୋଗର ମୂଳତତ୍ତ୍ୱ୍ୱ ଏବଂ ବିଭିନ୍ନ ଆସନ ଓ ପ୍ରାଣାୟାମ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟର ଅଧ୍ୟାପକ ମୃତ୍ୟୁଞ୍ଜୟ ମହାନ୍ତି ଓ ଗିରିଜାକାନ୍ତ ଦାସ, ବାବା ନୃସିଂହ ଦାସ, ଶିକ୍ଷାବୀତ ମନୋରଞ୍ଜନ ତ୍ରିପାଠୀ, ବାସନ୍ତୀ ମହାନ୍ତି, ଶ୍ରୀଧର କୁମାର ମହାନ୍ତି ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ