ଜିଲ୍ଲା ସ୍ତରୀୟ ରାଜା ସାହେବ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ରାଜା ସାହେବ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଜୟନ୍ତୀ ଉତ୍ସବ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ସ୍ତରରେ ଓଡିଆ ବକ୍ତୃତା ପ୍ରତିଯୋଗିତା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ମଧ୍ୟ ଇରାଜୀ ବିଦ୍ୟାଳୟ ସ୍ତରରେ ମହାରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ବାଲ୍ୟଜୀବନୀ ଓ ଶିକ୍ଷା ସମ୍ବନ୍ଧରେ, ଉଚ୍ଚ ବିଦ୍ୟାଳୟ ସ୍ତରରେ ହରିହର ମର୍ଦ୍ଦରାଜ ଓ ଉତ୍କଳ ସମ୍ମିଳନୀ ଏବଂ ମହା ବିଦ୍ୟାଳୟ ସ୍ତରରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଙ୍କ ଭୂମିକା ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାର ବିଚାରକ ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଗଣ ମାଧ୍ୟମର ପ୍ରତିନିଧି ସନ୍ତୋଷ କୁମାର ପାଢୀ ଓ ଅବସରପ୍ରାପ୍ତ ଶିକ୍ଷାବିତ୍ ପଞ୍ଚାନନ ଆଚାରୀ ଯୋଗ ଦେଇଥିଲେ । ମଧ୍ୟ ଇରାଜୀ ବିଦ୍ୟାଳୟ ସ୍ତରରେ କିଞ୍ଜଲ ପାତ୍ର, ସେଣ୍ଟ ଜାଭିୟର୍ସ ପବ୍ଲିକ୍ ସ୍କୁଲ ପ୍ରଥମ ସ୍ଥାନ, ଆଶୀଷ କୁମାର ଶତପଥୀ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୁତି ଗୋପାଳପୁର ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ ଶ୍ରୀୟା ପାଣିଗ୍ରାହୀ, କାର୍ମେଲ କନଭେଣ୍ଟ ସ୍କୁଲ ତୃତୀୟ ସ୍ଥାନ ହାସଲ କରିଛନ୍ତି । ଉଚ୍ଚ ବିଦ୍ୟାଳୟ ସ୍ତରରେ ଲିପ୍ସାରାଣୀ ଗୌଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ, ଅନୁଶ୍ରୀ ସାହୁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ ସୌମିତ ମହାନ୍ତି ଅନସ୍ଳୋ ସରକାରୀ ଉଚ୍ଚ ବିଦ୍ୟାଳୟୟ ଓ ଶ୍ବେତା ଦାଶ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଯୁଗ୍ମ ଭାବେ ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ମହା ବିଦ୍ୟାଳୟ ସ୍ତରରେ ଆରାଧନା ଆଚାର୍ଯ୍ୟ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପ୍ରଥମ ସ୍ଥାନ, ବଦ୍ରିନାଥ ମିଶ୍ର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ ମମତା ନାହାକ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଓ ଆର୍. ଧବଳେଶ୍ବର ରେଡ୍ଡୀ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଯୁଗ୍ମଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ