ଜିଲ୍ଲା ସ୍ତରୀୟ ରୋଲ ପ୍ଲେ ପ୍ରତିଯୋଗିତା   ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଗଜପତି ଜିଲ୍ଲା ସ୍ତରୀୟ ରୋଲ ପ୍ଲେ ପ୍ରତଯୋଗୀତା ଅନୁଷ୍ଠିତ ହୋଇଯାଇଛି l  ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ  କୁମାର ନାୟକ ଙ୍କ ନିର୍ଦେଶ କ୍ରମେ  ଓ ଶିକ୍ଷକ ଶିକ୍ଷା  ନିର୍ଦେଶାଳୟ  ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା, ଭୁବନେଶ୍ୱର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ଏହି  କାର୍ଯ୍ୟକ୍ରମକୁ ଗଜପତି ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧ୍ୟକ୍ଷ  ଡ଼. ମୁର୍ମୁ ଉଦଘାଟନ କରିଥିବା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟନାୟକ  ଅଧକ୍ଷତାକରି ଆୟୋଜିତ ରୋଲ ପ୍ଲେ ପ୍ରତିଯୋଗିତା ର ଉଧେଶ୍ୟ ଜ୍ଞାପନ କରି  ଏହି କାର୍ଯ୍ୟକ୍ରମ ମାଧ୍ୟମରେ , ଛାତ୍ର /ଛାତ୍ରୀ ମାନଙ୍କ ମଧ୍ୟରେ  ରହିଥିବା  ଭେଦଭାବ, ଇଣ୍ଟେର୍ନେଟ ର କୁ  ବେବହାର , ନିଶା ସେବନର ପ୍ରଭାବ ଇତ୍ୟାଦି ବିଷୟରେ ସମାଜ କୁ ବାର୍ତା ପ୍ରେରଣର ଏକ ଉତ୍କୃଷ୍ଟ ମଞ୍ଚ ବୋଲି କହିଥିଲେ l ଡ଼. ମୁର୍ମୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା, ବିଶିଷ୍ଟ ସଂଗୀତକର ଗୁରୁ ରଘୁନାଥ ପାତ୍ର  ବିଚାରକ ଭାବେ ଯୋଗ ଦେଇଥିଲେ l ଏହି ପ୍ରତିଯୋଗିତା ରେ ଜିଲ୍ଲା ର 12 ଟି ଉଚ୍ଚ ବିଦ୍ୟାଳୟ ର ଛାତ୍ର /ଛାତ୍ରୀ ଓ ସହାୟକ ଶିକ୍ଷକ /ଶିକ୍ଷୟତ୍ରୀ ଯୋଗଦେଇଥିଲେ ସେମାନଙ୍କ ମଧରୁ ସରକାରୀ  ମହେନ୍ଦ୍ରଗିରି ପୌର  ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡିର  ପ୍ରତିଯୋଗୀ ମାନେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇ ପୁରସ୍କୃତ ହୋଇଛନ୍ତି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମିନାକ୍ଷୀ ପାଢୀ  ସମ୍ମାନିତ ଅତିଥି  ଶିକ୍ଷକ ଭାବେ ଯୋଗଦେଇଥିବା ବେଳେ ଜଗନ୍ନାଥ ପଟନାୟକ ସ୍ୱାଗତ ଭାଷଣ ଏବଂ କାର୍ଯ୍ୟକ୍ରମ ଶେଷରେ ଏ. ରବି  କୁମାର  ଧନ୍ୟବାଦ ଦେଇଥିଲେ l ଏହି  ପ୍ରତିଯୋଗିତା କୁ ବିଦ୍ୟାଳୟ ର  ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ