ଉତ୍କଳ ସମ୍ମିଳନୀ ଗଜପତି ଶାଖାର ବୈଠକ ଓ କର୍ମକର୍ତ୍ତା ଚୟନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଉତ୍କଳ ସମ୍ମିଳନୀ ଗଜପତି ଜିଲ୍ଲା ଶାଖାର ଏକ ସ୍ୱତନ୍ତ୍ର ବୈଠକ ଏବଂ କର୍ମକର୍ତ୍ତା ଚୟନ ହୋଇଥିଲା । ଏଥିରେ କାର୍ଯ୍ୟାକାରୀ ସଭାପତି ଭାରତ ଭୂଷଣ ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ସମ୍ମିଳନୀର ସାଧାରଣ ସମ୍ପାଦକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଏହି ସ୍ୱତନ୍ତ୍ର ସମ୍ମିଳନୀ ବୈଠକର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ରାଜ୍ୟ ଉତ୍କଳ ସମ୍ମିଳନୀର ଉପସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସୀମା ସମସ୍ୟା ଉପରେ ସମସ୍ତଙ୍କର ଦୃଷ୍ଟି ରହିବା ଆବଶ୍ୟକ ଏବଂ ଏହା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସୂଚାଇ ଥିଲେ । ବୈଠକ କାର୍ଯ୍ୟକ୍ରମ ପରେ ପରେ ସର୍ବସମ୍ମତି କ୍ରମେ ଆଗାମୀ ୩ ବର୍ଷ ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା । ଚୟନ ହୋଇଥିବା ଉତ୍କଳ ସମ୍ମିଳନୀ ଗଜପତି ଶାଖାର ନୂତନ କର୍ମକର୍ତ୍ତା ହେଲେ କାର୍ଯ୍ୟକାରୀ ସଭାପତି ଭାବେ ଭାରତଭୂଷଣ ମହାନ୍ତି, ଉପସଭାପତି ଭାବେ ଆଶାଲତା ପାଣିଗ୍ରାହୀ, ସାଧାରଣ ସମ୍ପାଦକ ଭାବେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ସହସମ୍ପାଦକ ଭାବେ ବିଚିତ୍ରାନନ୍ଦ ବେବର୍ତ୍ତା, କୋଷାଧ୍ୟକ୍ଷ ଭାବେ ଲିଙ୍ଗରାଜ ପ୍ରସାଦ ଦାଶ, କାର୍ଯ୍ୟକାରୀ ସଦସ୍ୟ ଭାବେ ମୀନା କୁମାରୀ ଟହଲ, ସ୍ୱର୍ଣ୍ଣପ୍ରଭା ପାଠୀ, ଜଗଦୀଶ ଚନ୍ଦ୍ର ମହାପାତ୍ର, ତ୍ରିପତି ପ୍ରସାଦ ପଣ୍ଡା, ଗଣେଶ କୁମାର ରାଜୁ, ନିତ୍ୟାନନ୍ଦ ଚୌଧୁରୀ, ହରିମୋହନ ପଟ୍ଟନାୟକ, ଉପଦେଷ୍ଠା ମଣ୍ଡଳୀ ଭାବେ, ଅନାଦି ପାଣିଗ୍ରାହୀ, ଦୁର୍ଗାମାଧବ ପଣ୍ଡା, ସତ୍ୟନାରାୟଣ ମହାରଣା, ସଚ୍ଚିଦାନନ୍ଦ ସାମଲ, ରମେଶ ଚନ୍ଦ୍ର ହୋତା ଚୟନ ହୋଇଥିବାର ଜଣାପଡିଛି । କାର୍ଯ୍ୟକ୍ରମ ଶେଷରେ ତ୍ରିପତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ