ଜିଲ୍ଲା ସ୍ତରୀୟ ଶିଶୁ ପ୍ରତିଭା ପ୍ରତିଯୋଗୀତାରେ ହାଟଡିହି ଛାତ୍ରଛାତ୍ରୀଙ୍କ କୃତିତ୍ୱ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ସର୍ବଶିକ୍ଷା ଯୋଜନା ତରଫରୁ ଅନୁଷ୍ଠିତ କେନ୍ଦୁଝର ଜିଲ୍ଲା ସ୍ତରୀୟ ଶିଶୁ ପ୍ରତିଭା ପ୍ରତିଯୋଗୀତାରେ ହାଟଡିହି ବ୍ଲକର ଛାତ୍ରଛାତ୍ରୀମାନେ ବିଶେଷ ସଫଳତା ଅର୍ଜନ କରିଛନ୍ତି । ବିଭିନ୍ନ ବର୍ଗରେ ଅନୁଷ୍ଠିତ ପ୍ରତିଯୋଗୀତାରେ ତିନୋଟି ଜୁନିୟର ବର୍ଗ ଓ ୩ଟି ସିନିୟର ବିଭାଗ ଏହିପରି ମୋଟ ୬ଟି ବର୍ଗରେ ହାଟଡିହି ବ୍ଲକର ଛାତ୍ରଛାତ୍ରୀ ମାନେ ପ୍ରଥମସ୍ଥାନ ହାସଲ କରିଛନ୍ତି । ବରିଷ୍ଠ ବିଭାଗ କୁଇଜରେ ହାଟଡିହି ହାଇସ୍କୁଲର ସୃଜଳ କୁମାର ଶାସିନି ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ସେମିନାରରେ  ବାଲୁକେଶ୍ୱର ହାଇସ୍କୁଲ ସୋସୋ କାନପୁରର ଗୌରୀ ଶଙ୍କର ରାଉତ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ବାଲିବରେଇ ହାଇସ୍କୁଲର ଜ୍ୟୋତିରେଖା ପୁହାଣ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ଜୁନିୟର ବିଭାଗ ତର୍କରେ ସୋସୋ ଗାର୍ଲସ ହାଇସ୍କୁଲର ଛାତ୍ରୀ ଶୁଭଶ୍ରୀ ପ୍ରଧାନ, ଚିତ୍ରାଙ୍କନରେ ବାଲିବରେଇ ହାଇସ୍କୁଲର ଛାତ୍ର ସ୍ୱୟଂଶ୍ରୀ ଚକ୍ର, ବର୍ଜ୍ୟବସ୍ତୁ ପୁନଃ ବ୍ୟବହାରରେ ପନ୍ଦାଡୋ ୟୁପି ସ୍କୁଲର ତପସ୍ୱିନୀ ସାହୁ ପ୍ରଥମ ସ୍ଥାନ ହାସଲ କରିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିବାବେଳେ ଡିପିସି ପୁର୍ଣ୍ଣଚନ୍ଦ୍ର ସେଠୀ ଓ ଅନ୍ୟ ଅଧବକାରୀମାନେ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀଙ୍କ ଏପରି ସଫଳତା ପରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ବିଡିଓ ସୁଶାନ୍ତ ବାରିକ, ବିଇଓ କ୍ଷୀରୋଦ କୁମାର ତ୍ରିପାଠୀ, ବିଆରସିସି ବିନୋଦ କୁମାର ରାଉତ, ଏବିଇଓ ସୁରଥ ଚନ୍ଦ୍ର ସାହୁ, ସୁରେଶ କୁମାର ଜେନା ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ