ଷଣ୍ଢକୁ ଧକ୍କା ଦେଇ ଦୁଇ ବାଇକ୍ ଆରୋହୀ ଗୁରୁତର

ହାଟଡିହି (ଓ୍ବାଇଏନଏସ) ଆନନ୍ଦପୁର ଭଦ୍ରକ ରାସ୍ତାର ବେତୀରା ନିକଟରେ  ଷଣ୍ଢ କୁ ଧକ୍କା ଦେଇ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ଷଣ୍ଢ ଟିର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ନନ୍ଦିପଦା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଆହତ ଦୁଇ ଜଣଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ନେଇଛି। ସୂଚନାରୁ ଜଣାଯାଇଛି ଯେ ଵେତିରା ନିକଟରେ ମୂଖ୍ୟ ରାସ୍ତା ଉପରେ ଏକ ଷଣ୍ଢ ଶୋଇଥିଲା ବେଳେ ଆନନ୍ଦପୁର ପଟୁ ଦୁଇଜଣ ଯୁବକ ଏକ ବାଇକ୍ ଯୋଗେ ଦୃତଗତିରେ ଯାଉଥିବା ବେଳେ ଷଣ୍ଢ କୁ ଧକ୍କା ଦେଇଥିଲେ। ଧକ୍କା ଏତେ ଜୋରରେ ହୋଇଥଲା ଯେ ଷଣ୍ଢ ଟିର ସେଠାରେ ମୃତ୍ୟୁ ଘଟିଥିଲା। ବାଇକ୍ ଆରୋହୀ ଦୁଇଜଣ ୫୦ଫୁଟ ଦୂରକୁ ଛିଟିକି ପଡିଥିଲେ। ଖବରପାଇ ନନ୍ଦିପଦା ଥାନା ପୋଲିସ୍ ସଙ୍ଗେ ସଙ୍ଗେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଥାନା ଗାଡ଼ିରେ ଡାକ୍ତରଖାନା ନେଇଛନ୍ତି। ଆହାତ ମାନଙ୍କ ପରିଚୟ ମିଳି ପାରିନି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ