ଜିଲ୍ଲା ସ୍ତରୀୟ ସମ୍ମନୟ ବୈଠକ ଅନୁଷ୍ଠିତ
ବାଲେଶ୍ଵର, (ସରୋଜ ପଣ୍ଡା):ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଡେଙ୍ଗୁ ମ୍ୟାଲେରିଆ, ଡ଼ାଇରୀୟ ରୋଗ ନିୟନ୍ତ୍ରଣ ପାଇଁ ଜିଲ୍ଲା ସ୍ତରୀୟ ସମ୍ମନୟ ବୈଠକ ଅନୁଷ୍ଠିତ ହୋଇଯାଇଛି. ଜିଲ୍ଲପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ ଜିଲ୍ଲା ର ସମସ୍ତ ବିଭାଗଙ୍କ ସମ୍ମନୟର ଆବଶ୍ୟକତା ଓ ସମସ୍ତ ଜଳ ଉତ୍ସ ଗୁଡିକ ନିୟମିତ ବିଶୁଦ୍ଧ କରିବା ସହ ମୁନିସିପାଲିଟି କର୍ତୃପକ୍ଷ ନିୟମତ ପରିମଳ ସେବା ପ୍ରତି ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ. ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଦୁଲାଳସେନ ଜଗଦେବ, ଡା ମୃତ୍ୟୁଞ୍ଜୟ ମିଶ୍ର, ଡା ପରେଶ ଚନ୍ଦ୍ର ନନ୍ଦୀ, ଡା ଶଶାଙ୍କ ଶେଖର ଚୌଧୁରୀ ଓ ଡି ପି ଏମ ଅନିଲ ମହାନ୍ତି ପ୍ରମୁଖ ଚଳିତ ମୌସୁମୀ ଋତୁ ଆରମ୍ଭରୁ ଡେଙ୍ଗୁ, ମ୍ୟାଲେରିଆ, ଡ଼ାଇରୀୟା ନିୟନ୍ତ୍ରଣ ପାଇଁ କରାଯାଇଥିବା ଯୋଜନା ଓ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ