ସଦର ବ୍ଲକ ପକ୍ଷରୁ ଶୋଭାଯାତ୍ରା ଓ ସଦର ସିଡ଼ିପିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା
ବାଲେଶ୍ଵର, (ସରୋଜ ପଣ୍ଡା):ବାଲେଶ୍ଵର ସଦର ଆଇସିଡ଼ିଏସ ପ୍ରକଳ୍ପ ଅଧୀନରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ଯୁଗ୍ମ ଜମାଖତାକୁ ଆସିଥିବା ଖେଳଣା,ମେଡିସିନ କିଟ, ସ୍କେଟର,ଜୋତା, ଡ୍ରେସ, ମୋଜା, କଣ୍ଟିଜେନ୍ସି ଓ ଅନ୍ୟାନ୍ୟ ବାବଦକୁ ଆସିଥିବା ଅର୍ଥ ଜମାଖାତା ରୁ ଉଠାଣ କରି ଅଧିକାରୀଙ୍କ ହାତରେ ଦେବା ପାଇଁ ବାଧ୍ୟକରି ମାନସିକ ନିର୍ଯାତନା ଦେବା ଓ ନିମ୍ନ ଗୁଣ ମାନର ସାମଗ୍ରୀ ଯୋଗାଇ କେନ୍ଦ୍ରର ହିତାଧିକାରୀ ମାନଙ୍କ ଅସନ୍ତୋଷ ବୃଦ୍ଧି କରାଇବା ଘଟଣା ବନ୍ଦ ଦାବିରେ ଆଜି ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ ବାଲେଶ୍ଵର ସଦର ବ୍ଲକ୍ ପକ୍ଷରୁ ଏକ ଶୋଭାଯାତ୍ରା ବିଚାରଗଞ୍ଜ ଫାଣ୍ଡି ଛକ ଠାରୁ ବାହାରି ସଦର ସିଡ଼ିପିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା।ସେଠାରେ ସଂଘର ବ୍ଲକ ସଭାପତି ନିଳୀମା ଜେନା,ସମ୍ପାଦିକା ପ୍ରତିଭା ପାଲ ଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ ପରେ କଚେରୀ ହୋତାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଦିଆଯାଇଛି।ଏଥିରେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ ର ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ଏଆଇଟିୟୁସି ର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା,ସମ୍ପାଦକ ଜୟନ୍ତ ଦାସ ଯୋଗ ଦେଇ ଅଙ୍ଗନୱାଡ଼ି କର୍ମୀଙ୍କ ଦାବି ନ୍ୟାର୍ଯ୍ୟ ଦାବି ବୋଲି ବକ୍ତବ୍ୟରେ କହିଥିଲେ।


