ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ଭିତ୍ତିକ କାର୍ଯ୍ୟର ସମୀକ୍ଷା ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଅଣ ସଂକ୍ରାମକ ରୋଗ, ଲିଙ୍ଗ ନିରୂପଣ ନିଷିଦ୍ଧ ଆଇନ ୧୯୯୪ର ଜିଲ୍ଲା ପରାମର୍ଶଦାତା କମିଟି (ପିଏନଡିଟି), ମାତୃ ଓ ଶିଶୁ ସୁରକ୍ଷା ଯୋଜନା ଏବଂ ଶିଶୁ ମୃତ୍ୟୁହାର ସମ୍ପର୍କିତ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟଭିତିକ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧକ୍ଷ୍ୟତାରେ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତ କାର୍ଯ୍ୟର ସମୀକ୍ଷା କରି ଜିଲ୍ଲାପାଳ ରାଜ୍ୟସରକାର ଦେଇଥିବା ଲକ୍ଷ୍ୟ ପୂରଣ ଦିଗରେ ବିଭାଗୀୟ ଅଧିକାରୀମାନେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ଅନୀତା ପଟ୍ଟନାୟକ, ଡାକ୍ତରଖାନା ଅଧିକ୍ଷକ ଡ଼ା ପ୍ରମୋଦ ପ୍ରହରାଜ, ଡା ନୃପେନ ଶତପଥୀ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ସଚ୍ଚିଦାନନ୍ଦ ମିଶ୍ର, ଡିଏଚଏଚ ପ୍ରଶାସନିକ ଅଧିକାରୀ ଆଦ୍ୟାଶା ରଥ , ଡିପିଏମ ଗୀତାଞ୍ଜାଳୀ ଦାଶ, ସମସ୍ତ ବ୍ଲକର ମେଡ଼ିକାଲ ଅଫିସର, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, କୃଷ୍ଣଚନ୍ଦ୍ର ଲୋହା, ଡିପିସି (ମମତା) ମନୋରଞ୍ଜନ ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ସମସ୍ତ ସିଡିପିଓ , ଏପିପି, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଏବଂ ଏନଏଚଏମର ସମସ୍ତ ଅଧିକାରୀ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ ।